ଜୁଲାଇ ୩୦ ତାରିଖରୁ ମ୍ୟାଟ୍ରିକ ଅଫଲାଇନ ପରୀକ୍ଷା

ଭୁବନେଶ୍ୱର- ମ୍ୟାଟ୍ରିକ ପରୀକ୍ଷା ମୂୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନଙ୍କ ପାଇଁ ଜୁଲାଇ ୩୦ ତାରିଖରୁ ବିକଳ୍ପ ଅଫଲାଇନ ପରୀକ୍ଷା ଆରମ୍ଭ ହେବ । ଅଫଲାଇନ ପରୀକ୍ଷା ପାଇଁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡିବ । ଜୁଲାଇ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ହେବ । ପରୀକ୍ଷା ନିମନ୍ତେ ସବୁ ପରୀକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଫି’ ଛାଡ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋରୋନା ସଂକ୍ରମଣ ଦୃଷ୍ଟିରୁ ଏଥର ମ୍ୟାଟ୍ରିକ ପରୀକ୍ଷା ବାତିଲ କରିଦିଆଯାଇଥିଲା । ବିନା ପରୀକ୍ଷାରେ ଗତ ୨୫ ତାରିଖରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୨ଟି ପରୀକ୍ଷା ଓ ୪ ବର୍ଷର ପ୍ରଦର୍ଶନକୁ ଦେଖି ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇଥିଲା । ତେବେ, ପରୀକ୍ଷା ଫଳ ନେଇ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସେମାନେ ବିକଳ୍ପ ଅଫଲାଇନ୍ ପରୀକ୍ଷା ଦେଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ କୁହାଯାଇଥିଲା ।

Comments are closed.