ନକଲି ଔଷଧ ମାମଲା : ମୁମ୍ବାଇରୁ ମୁଖ୍ୟ ଅଭିଯୁକ୍ତ ସୁଦୀପକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର- ରାଜ୍ୟରେ ନକଲି ଔଷଧ କାରବାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁଦୀପ ଚାଟାର୍ଜୀକୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଂଚ । ମୁମ୍ବାଇ ପୋଲିସ ଦ୍ୱାରା ଗିରଫ ହୋଇଛି ସୁଦୀପ । ସୁଦୀପକୁ ୧୦ ଦିନିଆ ରିମାଣ୍ଡରେ ଆଣିବା ପାଇଁ ମୁମ୍ବାଇ ଯାଇଛି କ୍ରାଇନବ୍ରାଂଚର ଏସଟିଏଫ । କଟକ କୋର୍ଟ ଜରିଆରେ ସୁଦୀପର ରିମାଣ୍ଡ ପାଇଁ ମୁମ୍ବାଇ କୋର୍ଟରେ ଆବେଦନ କରାଯିବ ବୋଲି ସୂଚନା ମିଳିଛି । ରାଜ୍ୟରେ ନକଲି ଔଷଧ କାରବାର ପଦାରେ ପଡିଲା ପରେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଂଚକୁ ଦେଇଛନ୍ତି ରାଜ୍ୟ ସରକାର । ଏହି ମାମଲାରେ କ୍ରାଇମବ୍ରାଂଚ ୪ ଜଣଙ୍କୁ ଗିରଫ କରି ଅଧିକ ଅନୁସନ୍ଧାନ ଚଳାଇଛି ।

Comments are closed.