କୋଭାକ୍ସିନ ଟିକା ୭୭.୮% ପ୍ରଭାବଶାଳୀ, ଡେଲଟା ଭାରିଆଣ୍ଟକୁ ରୋକିବାରେ ବି ସକ୍ଷମ

ନୂଆଦିଲ୍ଲୀ: ହାଇଦ୍ରାବାଦ ଭିତ୍ତିକ କମ୍ପାନୀ ଭାରତ ବାୟୋଟେକ୍ ଏହାର କରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷଣର ଚୂଡାନ୍ତ ତଥ୍ୟ ପ୍ରକାଶ କରିଛି। ଏହି ସ୍ବଦେଶୀ ଟିକା କରୋନା ବିରୋଧରେ ୭୭.୮% ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି | ଡେଲଟା ଭାରିଆଣ୍ଟ ଉପରେ ମଧ୍ୟ କୋଭାକ୍ସିନର ପ୍ରଭାବ ୬୫% ବୋଲି ଜଣାଯାଇଛି |

ଭାରତ ବାୟୋଟେକ୍ ଅନୁଯାୟୀ କରୋନାର ଗମ୍ଭୀର ଲକ୍ଷଣ ମାମଲାରେ ଏହି ଟିକା ୯୩.୪% କାମ କରିଥାଏ। ଏହା ବ୍ୟତୀତ କୋଭାକ୍ସିନ୍ ସାମାନ୍ୟ ଲକ୍ଷଣ ହେଲେ ୬୩.୬% ପ୍ରଭାବଶାଳୀ ଅଟେ । କରୋନାର ବି.୧.୬୧୭.୨ (ଡେଲଟା) ପ୍ରଜାତି ବର୍ତ୍ତମାନ ବିଶ୍ଵବ୍ୟାପୀ ଚିନ୍ତାର କାରଣ ପାଲଟିଛି । ଏହି ଘାତକ ଷ୍ଟ୍ରେନ୍ ରୋକିବାରେ କୋଭାକ୍ସିନ ୬୫% ପ୍ରଭାବୀ | କୋଭାକ୍ସିନ୍ ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ମେଡ୍ରକ୍ସିଭ୍ ପ୍ରି-ପ୍ରିଣ୍ଟ ସର୍ଭରରେ ପ୍ରକାଶିତ ହୋଇଛି |

କମ୍ପାନୀ କିଛି ଦିନ ପୂର୍ବରୁ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) କୁ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ତଥ୍ୟ ଦାଖଲ କରିଥିଲା। ଏହା ପରେ ବିଶେଷଜ୍ଞ କମିଟି (ଏସ୍ଇସି) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା ଏବଂ ଟୀକାକରଣର ପର୍ଯ୍ୟାୟ-୩ ପରୀକ୍ଷା ତଥ୍ୟକୁ ଅନୁମୋଦନ କରାଯାଇଥିଲା |

Comments are closed.