ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନସିଂହାସନର କରାଯିବ ଡକ୍ୟୁମେଂଟେସନ | News Room Odisha

ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି ସହ ରତ୍ନସିଂହାସନର କରାଯିବ ଡକ୍ୟୁମେଂଟେସନ

ପୁରୀ – ରଥଯାତ୍ରା ବେଳେ ଶ୍ରୀମନ୍ଦିର ମରାମତି କାର୍ଯ୍ୟ ସହ ରତ୍ନସିଂହାସନର ଡକ୍ୟୁମେଂଟେସନ କରାଯିବ । ଲେଜର ସ୍କାନିଂ ସାହାଯ୍ୟରେ ଏହାକୁ ରେକର୍ଡ କରି ରଖାଯିବ । ଲେଜର ସ୍କାନିଂ କରାଗଲେ ରତ୍ନସିଂହାସନର ଅବସ୍ଥା ସଂପର୍କରେ ଜଣାପଡିବ ବୋଲି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା-ଏଏସଆଇ କହିଛି । ରଥ ଯାତ୍ରା ସମୟରେ ଗର୍ଭଗୃହ ଓ ଜଗମୋହନର ମରାମତି କାର୍ଯ୍ୟ ମଧ୍ୟ କରାଯିବ । ଏହାଛଡା ଶ୍ରୀମନ୍ଦିରର ସମସ୍ତ ପରିସରକୁ ଉଜ୍ଜ୍ୱଳ ଆଲୋକରେ ଆଲୋକିତ କରାଯିବ । ଆସନ୍ତା ତିନିମାସରେ ଆଲୋକୀକରଣ କାମ ଶେଷ ହେବ ବୋଲି ଏଏସଆଇ ସୂଚନା ଦେଇଛି ।