ଅମୀର-କିରଣଙ୍କ ବିବାହ ବିଚ୍ଛେଦ

ମୁମ୍ବାଇ: ବଲିଉଡ୍ ଅଭିନେତା ଅମୀର ଖାନ୍ ଓ ପତ୍ନୀ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ବିବାହର ୧୫ ବର୍ଷ ପରେ ପରସ୍ପର ଠାରୁ ଅଲଗା ହେବାକୁ ଉଭୟେ ସ୍ଥିର କରିଛନ୍ତି । ଏନେଇ ଦୁହେଁ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେବା ସହ ମିଳିତ ବିବୃତି ଜାରି କରିଛନ୍ତି । ପାରସ୍ପରିକ ସହମତିରେ ଆମେ ଏହି ନିଷ୍ପତ୍ତି ନେଇଛୁ ବୋଲି ଉଭୟ କହିଛନ୍ତି ।
କିରଣ ଥିଲେ ଅମୀରଙ୍କ ଦ୍ୱିତୀୟ ପତ୍ନୀ । ୨୦୦୫ ଡିସେମ୍ବର ୨୮ରେ କିରଣଙ୍କୁ ବିବାହ କରିଥିଲେ ଅମୀର । ଉଭୟଙ୍କ ଏକ ପୁଅ ଆଜାଦ ଅଛି । ଗର୍ଭଧାରଣ କରିବାରେ କିରଣଙ୍କ କିଛି ସମସ୍ୟା ଯୋଗୁଁ ସରୋଗେସି ମାଧ୍ୟମରେ ୨୦୧୧ରେ ଆଜାଦଙ୍କ ଜନ୍ମ ହୋଇଥିଲା ।
ଅମୀରଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ରୀନା ଦତ୍ତା । ୧୯୮୬ରେ ରୀନାଙ୍କୁ ବିବାହ କରିଥିଲେ ଅମୀର । ତେବେ ୨୦୦୨ରେ ରୀନାଙ୍କ ସହ ଅମୀରଙ୍କ ବିବାହ ବିଚ୍ଛେଦ ଘଟିଥିଲା । ରୀନାଙ୍କ ସହ ପ୍ରଥମ ବିବାହରୁ ଅମୀରଙ୍କ ଦୁଇ ସନ୍ତାନ ଅଛନ୍ତି । ଏମାନେ ହେଲେ ପୁଅ ଜୁନୈଦ ଓ ଝିଅ ଆଇରା । ଏ ଦୁହେଁ ଏବେ ରୀନାଙ୍କ ସହ ରୁହନ୍ତି ।

Comments are closed.