ଇତିହାସ ରଚିଲେ ମିତାଲି, ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ହେଲେ ଅଗ୍ରଣୀ ସ୍କୋରର୍ | News Room Odisha

ଇତିହାସ ରଚିଲେ ମିତାଲି, ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ହେଲେ ଅଗ୍ରଣୀ ସ୍କୋରର୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ୟାପଟେନ୍ ମିତାଲି ରାଜ ଇତିହାସ ରଚିଛନ୍ତି। ୭୫ ରନ୍‌ର ଅପରାଜିତ ଇନିଂସ ଖେଳିଥିବା ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। କେବଳ ଏତିକି ନୁହେଁ ମିତାଲି ରାଜ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ହାସଲ ସହ ଭାରତକୁ ଚାରି ୱିକେଟରେ ବିଜୟ ଦେଇଛନ୍ତି।

୩୮ ବର୍ଷୀୟା ମିତାଲି ୧୨ ରନରେ ପହଞ୍ଚିବା ପରେ ଅନ୍ତର୍ଜାତୀୟ ମହିଳା କ୍ରିକେଟ୍ ରେ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ | ଏହି ତାଲିକାରେ ମିତାଲି ଇଂଲଣ୍ଡର ଚାର୍ଲୋଟ ଏଡୱାର୍ଡସଙ୍କୁ ପଛରେ ପକାଇଛନ୍ତି । ଏଡୱାର୍ଡସଙ୍କ ନାମରେ ୧୦,୨୭୩ ରନ୍ ରହିଛି। ମହିଳା କ୍ରିକେଟର ସମସ୍ତ ତିନୋଟି ଫର୍ମାଟରେ ମିତାଲି ରାଜ ବର୍ତ୍ତମାନ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି। ଏହି ତାଲିକାରେ ନ୍ୟୁଜିଲାଣ୍ଡର ସୁଜି ବେଟ୍ସ ୭୮୪୯ ରନ୍ ସହ ତୃତୀୟ ସ୍ଥାନରେ ଅଛନ୍ତି।

ମିତାଲିଙ୍କ କ୍ରମାଗତ ତୃତୀୟ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ପ୍ରଦତ୍ତ ୨୨୦ ରନର ବିଜୟ ଲକ୍ଷ୍ୟକୁ ୪ଟି ବଲ୍ ପୂର୍ବରୁ ହାସଲ କରିନେଇ କ୍ଲିନ୍ ସୁଇପରୁ ବର୍ତ୍ତିଥିଲା ।