୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ଉଡିପାରେ ଯାତ୍ରୀବାହୀ ବିମାନ : ରାଜ୍ୟ ପରିବହନ ମନ୍ତ୍ରୀ | News Room Odisha

୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ଉଡିପାରେ ଯାତ୍ରୀବାହୀ ବିମାନ : ରାଜ୍ୟ ପରିବହନ ମନ୍ତ୍ରୀ

ଭୁବନେଶ୍ୱର- ୨୦୨୨-୨୩ ବର୍ଷ ସୁଦ୍ଧା ପୁରୀରୁ ଯାତ୍ରୀବାହୀ ବିମାନ ଉଡିବ । ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଆରମ୍ଭ ହୋଇଛି । ସବୁ ଠିକ୍‌ଠାକ ଚାଲିଲେ ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡିବ । ରାଉରକେଲା, ଜୟପୁର ଓ ଉତକେଲାରୁ ବିମାନ ଉଡାଣ ପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଛି । ଅବିଭକ୍ତ ୧୩ଟି ଜିଲ୍ଲାରେ ଏୟାରଷ୍ଟ୍ରିପ ବିକଶିତ କରିବାକୁ ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି ।