ରାଜ୍ୟରେ କୋଭିଡ୍ ପ୍ରଥମ ଡୋଜ୍ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଲା

ଭୁବନେଶ୍ୱର- କୋଭିଡ ଟିକାକରଣରେ ଆଉ ପାଦେ ଆଗେଇଛି ଓଡିଶା । ଏକ ଐତିହାସିକ ମାଇଲଖୁଂଟ ଅତିକ୍ରମ କରିଛି । ରାଜ୍ୟରେ ଏକ କୋଟିରୁ ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସଫଳତାର ସହ କୋଭିଡର ପ୍ରଥମ ଡୋଜ୍ ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଓ ଜନସାଧାରଣଙ୍କ ସହଯୋଗ ଏହା ସମ୍ଭବ ହୋଇପାରିଛି ବୋଲି ବିଭାଗ କହିଛି ।

Comments are closed.