ସୁନାବେଶ ପୂର୍ବରୁ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ

ପୁରୀ- ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୂଜ ମରାମତି ହେବ । ଶ୍ରୀଜଗନ୍ନାଥଙ୍କ ୨ଟି ଓ ବଳଭଦ୍ରଙ୍କ ୨ଟି ଶ୍ରୀଭୂଜ ମରାମତି କରାଯିବ । ଅଳଙ୍କାର ମରାମତି ହେବା ପରେ ମହାପ୍ରଭୁ ସୁନାବେଶରେ ବିଭୂଷିତ ହେବେ । ଏସବିଆଇରୁ ୧୨୦୦ ଗ୍ରାମ ସୁନା ଅଣାଯାଇ ଅଳଙ୍କାର ମରାମତି କରାଯିବ । ବେସରକାରୀ ଅନୁଷ୍ଠାନକୁ ଏହି ଦାୟିତ୍ୱ ଦିଆଯାଇଛି । ୪ ଜଣ କାରିଗର ଏହାର ଅଳଙ୍କାର ମରାମତି କରିବେ ।

Comments are closed.