କାଲିଠାରୁ ୪୩ଟି ରୁଟରେ ଚାଲିବ ଓଏସଆରଟିସି ବସ୍

ଭୁବନେଶ୍ୱର- ମଙ୍ଗଳବାରଠାରୁ ରାଜ୍ୟର ୪୩ଟି ରୁଟରେ ଓଡିଶା ରାଜ୍ୟ ସଡକ ପରିବହନ ନିଗମର ବସ୍ ଚାଲିବ । ନିଗମର ୧୬ଟି ଡିପୋରୁ ଚଳାଚଳ କରିବ ଓଏସଆରଟିସି ବସ୍ । କେବଳ କ୍ୟାଟୋଗୋରୀ –ଏରେ ଥିବା ଜିଲ୍ଲାଗୁଡିକରେ ବସିବା କ୍ଷମଚା ସହ ନିଗମର ବସ୍ ଚାଲିବ । କୌଣସି ଯାତ୍ରୀଙ୍କୁ ଛିଡା ହୋଇ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ । ଜୁଲାଇ ମାସର କୋଭିଡ ଗାଇଡଲାଇନ୍ସରେ କ୍ୟାଟୋଗୋରୀ –ଏ ଜିଲ୍ଲାଗୁଡିକରେ ବସ୍ ଚଳାଚଳ ପାଇଁ ଅନୁମତି ରହିଥିଲା । କେବଳ ବସ୍‌ର କ୍ଷମତା ମୁତାବକ ଯାତ୍ରୀ ପରିବହନ ପାଇଁ ନିର୍ଦ୍ଦେଶ ଥିଲା ।

Comments are closed.