ରାଜ୍ୟରେ ଆଉ ୫୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଆଉ ୫୧ କୋରୋନା ମୃତକଙ୍କ ସଂପର୍କରେ ତଥ୍ୟ ଜାରି କରାଯାଇଛି । ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ, ଢେଙ୍କାନାଳ ଓ ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଯାଜପୁର, ନୟାଗଡ, ପୁରୀ ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଭଦ୍ରକ, ଦେବଗଡ, ଗଞ୍ଜାମ ଓ ଜଗତସିଂହପୁରରୁ ୨ ଜଣ ଲେଖାଏଁ ଏବଂ କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୪ ହଜାର ୨୨୦ରେ ପହଂଚିଛି । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୦୦କୁ ବୃଦ୍ଧି ପାଇଛି ।

Comments are closed.