ରୋଗୀ ନ ଥିଲେ ବନ୍ଦ ହେବ ରାଜ୍ୟର ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟର

ଭୁବନେଶ୍ୱର – ରୋଗୀ ନ ଥିଲେ ରାଜ୍ୟରେ ଚାଲୁଥିବା ସରକାରୀ ଓ ଘରୋଇ କୋଭିଡ କେୟାର ସେଂଟରଗୁଡିକୁ ବନ୍ଦ କରିବା ପାଇଁ ସବୁ ଜିଲ୍ଲାପାଳ ଓ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ । ରୋଗୀ ନ ଥିଲେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ ହସପିଟାଲ୍ ମଧ୍ୟ ବନ୍ଦ ରହିବ । ଚିକିତ୍ସାଧୀନ ରୋଗୀ ଘରକୁ ନ ଫେରିବା ଯାଏ ଚିକିତ୍ସା ଜାରି ରହିବ । କୋଭିଡ ବୈଷୟିକ କମିଟିର ସୁପାରିଶ ଭିତ୍ତିରେ ଏହି ନିଷ୍ପତ୍ତି ହୋଇଛି । ତେବେ, ସମ୍ଭାବ୍ୟ ତୃତୀୟ ପ୍ରବାହକୁ ଦୃଷ୍ଟିରେ ରଖି ଉତ୍ସର୍ଗୀକୃତ କୋଭିଡ ହେଲଥ ସେଂଟର ଓ କୋଭିଡ କେୟାର ସେଂଟର ଖୋଲା ରହିବ ।

Comments are closed.