ବୌଦ୍ଧରେ ରବିଧାନ କ୍ରୟ ଶେଷ, ଧାନ ସଂଗ୍ରହରେ ୯୮ ପ୍ରତିଶତ ଟାର୍ଗେଟ୍ ହାସଲ

ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଚଳିତବର୍ଷର ରବି ଧାନ ସଂଗ୍ରହ ଶେଷ ହୋଇଛି । ଜିଲ୍ଲାରେ ଚଳିତ ବର୍ଷ ୩୪୯୯ ଜଣ ଚାଷୀଙ୍କ ଠାରୁ ୧୮୦୩୪୩.୧୯ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଏଥର ଧାନ ସଂଗ୍ରହ ପାଇଁ ରଖାଯାଇଥିବା ଲକ୍ଷ୍ୟ ୯୮ ପ୍ରତିଶତ ପୂରଣ ହୋଇଥିବା ନେଇ ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ , ଏଥର ଧାନ କିଣା ସମୟରେ ହୋଇଥିବା ଅଦିନିଆଁ ବର୍ଷା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହେବା ସତ୍ତ୍ଵେ ୯୮ ପ୍ରତିଶତ ଟାର୍ଗେଟ୍ ପୂରଣ ଆଶ୍ଵସ୍ତିର ବିଷୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଯୋଗାଣ ବିଭାଗୀର ସୂଚନା ଅନୁସାରେ , ଜିଲ୍ଲାରେ ଗତ ମେ ମାସ ୨୫ ତାରିଖରୁ ରବି ଧାନ କିଣା ଯିବାକୁ ନିଷ୍ପତ୍ତି ହୋଇଥିଲା । ୨୩ ଗୋଟି ସୋସାଇଟି ମାଧ୍ୟମରେ ରବି ଧାନ ସଂଗ୍ରହ କରାଯାଇଥିଲା । ସେଥିମଧ୍ୟରୁ କଣ୍ଟାମାଳ ବ୍ଲକର ୧୩ଟି ସୋସାଇଟି , ବୌଦ୍ଧ ବ୍ଲକର ୬ଟି ସୋସାଇଟି , ହରଭଙ୍ଗା ବ୍ଲକର ୩ଟି ଓ ବୌଦ୍ଧ ଏନ୍ଏସିର ଗୋଟିଏ ସୋସାଇଟି ମାଧ୍ୟମ ଧାନ ସଂଗ୍ରହ କରାଯାଇଥିଲା । ଜିଲ୍ଲାରେ ସରକାର ଚଳିତ ବର୍ଷ ୧୮୩୫୫୦ କ୍ବିଣ୍ଟାଲ ରବି ଧାନକ୍ରୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ ୧୮୦୩୪୩.୧୯ କ୍ବିଣ୍ଟାଲ ଧାନ କିଣା ହୋଇଛି । ଯାହାକି ୯୮.୭୪ ପ୍ରତିଶତ ଧାନ କିଣା ଯାଇଛି । ଜିଲ୍ଲାର କଣ୍ଟାମାଳ ବ୍ଲକରୁ ୧୩୭୩୦୦ କ୍ବିଣ୍ଟାଲ ଧାନ କିଣି ବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୩୫୩୨୮.୦୮ କ୍ବିଣ୍ଟାଲ ଧାନ କିଣାଯାଇଥିଲା । ସେହିପରି ବୌଦ୍ଧ ବ୍ଳକରୁ ୩୬୦୦୦ କ୍ବିଣ୍ଟାଲ ଧାନ କିଣାଲକ୍ଷ୍ୟ ରକ୍ଷା ଯାଇଥିବା ବେଳେ ୩୫୦୦୮.୧୫ କ୍ବିଣ୍ଟାଲ ଧାନ କ୍ରୟ କରାଯାଇଥିଲା । ହରଭଙ୍ଗା ବ୍ଲକରୁ ୭୨୫୦ କ୍ବିଣ୍ଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୭୦୧୭.୭୯ କ୍ବିଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା । ବୌଦ୍ଧ ଏନଏସିରୁ ୩୦୦୦ କ୍ବିଣ୍ଟାଲ ଲକ୍ଷ୍ୟ ଥିବା ବେଳେ ୨୯୮୯.୧୭ କ୍ବିଣ୍ଟାଲ ଧାନ କିଣାଯାଇଥିଲା ।

Comments are closed.