ବିଶ୍ୱରେ କୋଭିଡ-୧୯ରେ ରେକର୍ଡ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ, ଇଣ୍ଡୋନେସିଆ ନୂଆ ହଟସ୍ପଟ୍ | News Room Odisha

ବିଶ୍ୱରେ କୋଭିଡ-୧୯ରେ ରେକର୍ଡ ୪୦ ଲକ୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ମୃତ୍ୟୁ, ଇଣ୍ଡୋନେସିଆ ନୂଆ ହଟସ୍ପଟ୍

ଜେନିଭା: କୋଭିଡ -୧୯ରେ ବିଶ୍ୱରେ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ଏସିଆର ଅନେକ ଦେଶରେ ସଂକ୍ରମଣ ବଢିବାରେ ଲାଗିଛି। ଏସିଆର ଲକ୍ଷ ଲକ୍ଷ ଲୋକ ନୂଆ ଲକଡାଉନର ସମ୍ମୁଖୀନ ହେଉଛନ୍ତି ଏବଂ ଇଣ୍ଡୋନେସିଆ ଏବେ ବିଶ୍ଵର ହଟସ୍ପଟ୍ ଭାବରେ ଉଭା ହୋଇଛି ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍ଓ) ପକ୍ଷରୁ କୁହାଯାଇଛି। ଗୋଟିଏ ମାସରେ ଇଣ୍ଡୋନେସିଆ ମୃତ୍ୟୁ ସଂଖ୍ୟା ଦଶଗୁଣ ବୃଦ୍ଧି ପାଇ ବୁଧବାର ଦିନ ଏହା ଷରେକର୍ଡ ୧୦୪୦ ହୋଇଥିଲା।

ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି, “ଏହି ମହାମାରୀରେ ବିଶ୍ୱ ଏକ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ୪୦ ଲକ୍ଷ ଲୋକଙ୍କର ମୃତ୍ୟୁ କମ୍ ବୋଲି କୁହାଯାଇପାରିବ ନାହିଁ ।

ଟିକା ଏବଂ ସୁରକ୍ଷା ଜନିତ ଉପକରଣ ମହଜୁଦ ମନୋବୃତ୍ତି ପାଇଁ ଟେଡ୍ରୋସ୍ ଧନୀ ଦେଶମାନଙ୍କୁ ନିନ୍ଦା କରିବା ସହ କଟକଣା କୋହଳ କରି “ ମହାମାରୀ ଯେପରି ସମାପ୍ତ ହୋଇସାରିଛି” ବୋଲି ଏହି ଦେଶ ଗୁଡିକ ଅଭିନୟ କରୁଛନ୍ତି ବୋଲି କହିଛନ୍ତି ।

ସେ କହିଛନ୍ତି ଇଣ୍ଡୋନେସିଆ ୨୭୦ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏକ ବିଶାଳ ଦ୍ୱୀପପୁଞ୍ଜ । ଏହି ଦେଶରେ ଏବେ ଏବେ ପ୍ରକୋପ ବଢିଥିବାରୁ ଲୋକଙ୍କୁ ଘରୁ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପୂରା ଦେଶରେ ବ୍ୟବସାୟ ସମୟକୁ ସୀମିତ ରଖାଯାଇଛି |

COVID-19WHO