ଦେଶର ଆଇନ ସମସ୍ତଙ୍କୁ ମାନିବାକୁ ପଡ଼ିବ, ଟ୍ବିଟରକୁ ନୂଆ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଚେତାବନୀ

ନୂଆଦିଲ୍ଲୀ: ଅଶ୍ୱିନୀ ବୈଷ୍ଣବ ଆଜି ଆଇଟି, ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ ନୂଆ ଆଇଟି ନିୟମ ନେଇ ଟ୍ୱିଟରକୁ ଚେତାବନୀ ଦେଇଛନ୍ତି। ଟ୍ୱିଟରର ମନମୁଖି ଆଚରଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଛନ୍ତି ଯେ ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ସମସ୍ତଙ୍କୁ ଏହା ମାନିବାକୁ ପଡ଼ିବ। ଦେଶର ଆଇନଠୁଁ କେହି ଊର୍ଦ୍ଧ୍ୱରେ ନୁହନ୍ତି ବୋଲି ବୈଷ୍ଣବ କହିଛନ୍ତି ।

ଇତି ମଧ୍ୟରେ ଟ୍ୱିଟର ଆଜି ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ ଏହା ଆଠ ସପ୍ତାହ ମଧ୍ୟରେ ଜଣେ ଅଭିଯୋଗ ଅଧିକାରୀ ନିଯୁକ୍ତ କରିବ। ଟ୍ୱିଟର ମଧ୍ୟ କୋର୍ଟଙ୍କୁ କହିଛି ଯେ ଆଇଟି ନିୟମାବଳୀ ଅନୁସାରେ ଭାରତରେ ଏକ ଯୋଗାଯୋଗ କାର୍ଯ୍ୟାଳୟ ସ୍ଥାପନ ପ୍ରକ୍ରିୟାରେ ଅଛି। ଏହି କାର୍ଯ୍ୟାଳୟ ଟ୍ବିଟରର ସ୍ଥାୟୀ କାର୍ଯ୍ୟାଳୟ ହେବ |

ସଂସଦର ସଦସ୍ୟ ଭାବରେ ଏହା ହେଉଛି ବୈଷ୍ଣବଙ୍କର ପ୍ରଥମ କାର୍ଯ୍ୟକାଳ ଏବଂ ସେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ, ଯୋଗାଯୋଗ ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ଦାୟିତ୍ବ ମଧ୍ୟ ସମ୍ଭାଳିବେ। ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ନୂଆ ଆଇଟି ଏବଂ ପ୍ରସାରଣ ମନ୍ତ୍ରଣାଳୟ ମନ୍ତ୍ରୀ ହୋଇଛନ୍ତି ବୈଷ୍ଣବ ।

Comments are closed.