ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଦିନକରେ ୨ ହଜାର ୮୦୬ ନୂଆ ମାମଲା

ଭୁବନେଶ୍ୱର-ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣରେ ସାମାନ୍ୟ ବୃଦ୍ଧି ହୋଇଛି । ଦିନକରେ ୨ ହଜାର ୮୦୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୬୧୩ ଏବଂ ସ୍ଥାନୀୟ ଅଂଚଳରୁ ୧ ହଜାର ୧୯୩ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୫୯୦, କଟକ ଜିଲ୍ଲାରୁ ୪୪୧, ଯାଜପୁରରୁ ୨୫୨, ବାଲେଶ୍ୱରରୁ ୧୫୩, ପୁରୀରୁ ୧୩୮, ଢେଙ୍କାନାଳରୁ ୧୨୪, ଜଗତସିଂହପୁରରୁ ୧୧୯, ମୟୂରଭଞ୍ଜରୁ ୧୦୯, ଅନୁଗୁଳରୁ ୧୦୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୟାଗଡରୁ ୮୬, ଭଦ୍ରକରୁ ୮୩, କେନ୍ଦୁଝରରୁ ୭୨, ସୁନ୍ଦରଗଡରୁ ୬୫, କେନ୍ଦ୍ରାପଡାରୁ ୫୭, ମାଲକାନଗିରିରୁ ୩୫, ବରଗଡରୁ ୩୩, ରାୟଗଡାରୁ ୩୦, କୋରାପୁଟରୁ ୨୯, ସମ୍ବଲପୁରରୁ ୨୬, କଳାହାଣ୍ଡିରୁ ୨୫, ନବରଙ୍ଗପୁରରୁ ୨୦, ଗଞ୍ଜାମରୁ ୧୯, କନ୍ଧମାଳରୁ ୧୭, ସୋନପୁରରୁ ୧୬, ଝାରସୁଗୁଡାରୁ ୧୦, ବଲାଙ୍ଗିରରୁ ୧୦, ବୌଦ୍ଧରୁ ୯, ନୂଆପଡାରୁ ୭ ଓ ଦେବଗଡରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏ ଯାଏଁ ମୋଟ ୯ ଲକ୍ଷ ୩୫ ହଜାର ୧୩୬ ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇସାରିଛନ୍ତି ୯ ଲକ୍ଷ ୩ ହଜାର ୧୭୮ ଆକ୍ରାନ୍ତ । ରାଜ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୨୭ ହଜାର ୪୨୯ ରହିଛି ।

Comments are closed.