ନୂଆ ଗୋପନୀୟତା ନୀତି ଗ୍ରହଣ କରିବାକୁ ଲୋକଙ୍କୁ ବାଧ୍ୟ କରିବନି ହ୍ବାଟସଆପ୍

ନୂଆଦିଲ୍ଲୀ: ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ କମ୍ପାନୀ ସ୍ବେଚ୍ଛାକୃତ ଭାବେ ଏହାର ଗୋପନୀୟତା ନୀତି ସ୍ଥଗିତ ରଖିଛି। ହ୍ବାଟସଆପ୍ ଏହା ମଧ୍ୟ କହିଛି ଯେ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ କମ୍ପାନୀ ୟୁଜରଙ୍କୁ ନୂତନ ଗୋପନୀୟତା ନୀତି ଗ୍ରହଣ କରିବାକୁ ବାଧ୍ୟ କରିବ ନାହିଁ। ଯେଉଁମାନେ ଗୋପନୀୟତା ନୀତି ଗ୍ରହଣ କରୁନିହାନ୍ତି ହ୍ବାଟସଆପ୍ ସେମାନଙ୍କ ଉପରେ କୌଣସି କଟକଣା ଲଗାଯିବ ନାହିଁ ବୋଲି କହିଛି ଏହି ମେସେଜିଂ ଆପ୍ ।

ହ୍ବାଟସଆପ୍ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଓକିଲ ହରିଶ ସାଲଭେ କହିଛନ୍ତି ଯେ ଆମେ ସ୍ବତଃ ଏହି (ନୀତି) କୁ ସ୍ଥଗିତ ରଖିବାକୁ ପ୍ରସ୍ତୁତ ଅଛୁ। ଆମେ ଏହାକୁ ଗ୍ରହଣ କରିବାକୁ ଲୋକଙ୍କୁ ବାଧ୍ୟ କରିବୁ ନାହିଁ।” ଏହା ସତ୍ତ୍ୱେ ଗ୍ରାହକଙ୍କୁ ଅପଡେଟ୍ ବିକଳ୍ପ ପ୍ରଦାନ କରିବ ବୋଲି ସାଲଭେ କହିଛନ୍ତି।

ନୂଆ ଗୋପନୀୟତା ନୀତି ବିରୋଧରେ ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ)ର ତଦନ୍ତ ଉପରେ ରୋକ୍ ଲଗାଇବାକୁ ହ୍ବାଟସଆପ୍ ଏବଂ ଏହାର ପ୍ୟାରେଣ୍ଟ୍ କମ୍ପାନୀ ଫେସବୁକ୍ ଦ୍ବାରା ଦାଖଲ ମାମଲାର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟ । ଜୁନ୍ ୨୩ରେ ହ୍ବାଟସଆପର ନୂଆ ଗୋପନୀୟତା ନୀତିର ତଦନ୍ତ ସହ ଫେସବୁକ୍ ଏବଂ ହ୍ବାଟସଆପକୁ ସିସିଆଇର ନୋଟିସ୍ ଉପରେ ରୋକ୍ ଲଗାଇବାକୁ କରିଦେଇଥିଲେ କୋର୍ଟ ।

Comments are closed.