ଅମ୍ଳଜାନ ଉପଲବ୍ଧତା ନେଇ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ନୂଆଦିଲ୍ଲୀ: ସାରା ଦେଶରେ ଅମ୍ଳଜାନର ଉପଲବ୍ଧତା ଓ ଏହାର ଅଗ୍ରଗତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଅମ୍ଳଜାନ ପ୍ଲାଣ୍ଟ ପ୍ରତିଷ୍ଠା ଅଗ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଥିଲେ। ଅଧିକାରୀ ମାନେ ସୂଚନା ଦେଇଛନ୍ତି ଯେ ସମଗ୍ର ଦେଶରେ ୧୫୦୦ ରୁ ଅଧିକ ଅମ୍ଳଜାନ ପ୍ଲାଣ୍ଟ ତିଆରି ହେଉଛି ଯେଉଁଥିରେ ପିଏମ୍ କେୟାର୍ସ ସହ ବିଭିନ୍ନ ମନ୍ତ୍ରଣାଳୟ ଏବଂ ପିଏସୟୁର ଅବଦାନ ରହିଛି |

ପିଏମ୍ କେୟାର୍ସ ସହାୟତାରେ ଦେଶର ସମସ୍ତ ରାଜ୍ୟ ଏବଂ ଜିଲ୍ଲାରେ ଅମ୍ଳଜାନ ପ୍ଲାଣ୍ଟ ସ୍ଥାପନ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କୁ କୁହାଯାଇଥିଲା ଯେ ଥରେ ପିଏମ୍ କେୟାର୍ସ ମାଧ୍ୟମରେ ନିର୍ମାଣ ହେଉଥିବା ସମସ୍ତ ଅମ୍ଳଜାନ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପରେ ଏହା ୪ ଲକ୍ଷରୁ ଅଧିକ ଅମ୍ଳଜାନଯୁକ୍ତ ଶଯ୍ୟା ସୃଷ୍ଟି କରିବାରେ ସହାୟକ ହେବ |

ଏହି ପ୍ଲାଣ୍ଟଗୁଡିକ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାରଙ୍କ ସହ ମିଶି କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅମ୍ଳଜାନ ପ୍ଲାଣ୍ଟ ଗୁଡ଼ିକୁ ଫାଷ୍ଟ-ଟ୍ରାକିଂ କରିବା ପାଇଁ ରାଜ୍ୟ ସରକାରଙ୍କ ସହ ନିୟମିତ ଯୋଗାଯୋଗ ରଖାଯାଇଛି ବୋଲି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି।

ଅମ୍ଳଜାନ ପ୍ଲାଣ୍ଟ ପରିଚାଳନା ଏବଂ ରକ୍ଷଣାବେକ୍ଷଣ ଉପରେ ହସ୍ପିଟାଲ୍ କର୍ମଚାରୀଙ୍କ ପାଇଁ ଉପଯୁକ୍ତ ତାଲିମ ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ଯେଭଳି ତାଲିମପ୍ରାପ୍ତ କର୍ମଚାରୀ ଉପଲବ୍ଧ ହେବେ ତାହା ନିଶ୍ଚିତ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.