କୂଅରୁ ଉଦ୍ଧାର ହେଲା ଫିସିଙ୍ଗ କ୍ୟାଟ୍

ଦିଗପହଣ୍ଡି:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନ ବିଭାଗ ଅନ୍ତର୍ଗତ ଅନଙ୍ଗପୁର ଗ୍ରାମର ଏକ କୂଅରୁ ବିରଳ ପ୍ରଜାତିର ଫିସିଂ କ୍ୟାଟକୁ ଦିଗପହଣ୍ଡି ଅଗ୍ନିଶମ ବିଭାଗ ସହଯୋଗରେ ଉଦ୍ଧାର କରିଛି ଦିଗପହଣ୍ଡି ବନ ବିଭାଗ। କୂଅରେ ପଡିଥିବା ଏହି ପଶୁକୁ ଗ୍ରାମବାସୀ ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ପ୍ରଥମେ ଏହା ଏକ କଲରାପତିରିଆ ବାଘ ବୋଲି ଅନୁମାନ କରାଯାଉଥିଲା। ବନ ବିଭାଗ ଟିମ୍ ପହଞ୍ଚିବା ପରେ ତାହା ଫିସିଂ କ୍ୟାଟ ବୋଲି ସ୍ପଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଦିଗପହଣ୍ଡି ରେଞ୍ଜର ।

ରଶି ପକାଇ କୂଅରୁ ଉଦ୍ଧାର କରିବା ସହ କାବୁ କରିଥିଲା ଦିଗପହଣ୍ଡି ଅଗ୍ନିଶମ ବାହିନୀ। ପରେ ଦିଗପହଣ୍ଡି ବନ ବିଭାଗ ଫିସିଙ୍ଗ କ୍ୟାଟକୁ ଉଦ୍ଧାର କରି ଦିଗପହଣ୍ଡି ପ୍ରାଣୀ ଚିକିତ୍ସାଳୟରେ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିବା ବ୍ରହ୍ମପୁର ଡିଏଫଓ ଅମ୍ଲାନ ନାୟକ ସୂଚନା ଦେଇଛନ୍ତି।

ସୁସ୍ଥ ହେବା ପରେ ତାହାକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେବା ଯୋଜନା ରହିଛି।

Comments are closed.