କଟକରେ ଅର୍ଥ ଲଗାଣକାରୀ ସଂସ୍ଥାରୁ ଡକାୟତି, ୧୨ କୋଟି ଲୁଟ୍

କଟକ- କଟକ ସହରର ନୟାସଡକ ସ୍ଥିତ ଏକ ଅର୍ଥ ଲଗାଣକାରୀ ସଂସ୍ଥାରୁ ୧୨ କୋଟି ଟଙ୍କାର ଡକାୟତି ହୋଇଛି । ଏଠାରେ ଥିବା ଆଇଆଇଏଫଏଲ ଅର୍ଥ ଲଗାଣକାରୀ ସଂସ୍ଥାରୁ ଆଜି ସକାଳୁ ଡକାୟତି ହୋଇଛି । ଦୁର୍ବୁତମାନେ ୧୨ କୋଟିର ସୁନା ଓ ଟଙ୍କା ଲୁଟି ନେଇ ପଳାଇଛନ୍ତି । ଘଟଣାସ୍ଥଳରେ କଟକ ଡିସିପି ପହଂଚିଛନ୍ତି । ତଦନ୍ତ ଜାରି ରହିଛି । ସଂସ୍ଥାର ସିସିଟିଭି କାମ କରୁ ନ ଥିବା ସୂଚନା ମିଳିଛି ।

Comments are closed.