କରୋନା ଅପଡେଟ୍‌: ଭାରତରେ ଆଉ ୩୭ ହଜାର ନୂଆ ମାମଲା, ୭୨୪ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଦିନେ ବଢ଼ିଲେ ଦିନେ କମୁଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୭ ହଜାର ୧୫୪ ନୂଆ ମାମଲା ଚିହ୍ନଟ ହୋଇଛି । ଏହି ଘାତକ ରୋଗ ଦିନକରେ ଆଉ ୭୨୪ ଜଣଙ୍କର ମୁଣ୍ଡ ନେଇଛି । କରୋନାରୁ ପୁଣି ୩୯,୬୪୯ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ମୁତାବକ ଦେଶରେ ମୋଟ କରୋନା ମାମଲା ତିନି କୋଟି ୮ ଲକ୍ଷ ୭୪ ହଜାର ୩୭୬ରେ ପହଞ୍ଚିଛି । ଏଥିମଧ୍ୟରୁ ଏଯାବତ୍ ୩ କୋଟି ୧୪ ହଜାର ୭୧୩ ଜଣ ସୁସ୍ଥ ହୋଇଥିବା ବେଳେ ମୋଟ ୪ ଲକ୍ଷ ୮ ହଜାର ୭୬୪ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ ଆଉ ୪ ଲକ୍ଷ ୫୦ ହଜାର ୮୯୯ ସକ୍ରିୟ ରାଗୀ ଅଛନ୍ତି ।

କରୋନା ବିରୋଧରେ ଦେଶରେ ଟିକାକରଣ ଜାରି ରହିଛି । ଜୁଲାଇ ୧୧ ସୁଦ୍ଧା ସମଗ୍ର ଦେଶରେ ୩୭ କୋଟି ୭୩ ଲକ୍ଷ ୫୨ ହଜାର ୫୦୧ ଟିକା ଡୋଜ୍ ଦିଆଯାଇଛି । ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମ୍‌ଆର)ର ତଥ୍ୟ ମୁତାବକ ଏଯାବତ ଦେଶରେ ମୋଟ ୪୩ କୋଟି ୨୩ ଲକ୍ଷ ୧୭ ହଜାର ୮୧୩ ନମୁନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟାରେ ୧୪ ଲକ୍ଷ ୩୨ ହଜାର ୩୪୩ କରୋନା ଟେଷ୍ଟ ହୋଇଥିଲା ।

Comments are closed.