ପୁଣି ଥରେ ସଂକ୍ରମିତ ହେଲେ ଭାରତର ପ୍ରଥମ କୋରୋନା ରୋଗୀ | News Room Odisha

ପୁଣି ଥରେ ସଂକ୍ରମିତ ହେଲେ ଭାରତର ପ୍ରଥମ କୋରୋନା ରୋଗୀ

ଥ୍ରୀସୁର- ଭାରତର ସର୍ବପ୍ରଥମ କୋରୋନା ରୋଗୀ ପୁଣି ଥରେ ଏହି ମାରାତ୍ମକ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । କେରଳର ଥ୍ରୀସୁର ବାସିନ୍ଦା ମହିଳାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି । ଥ୍ରୀସୁର ଜିଲ୍ଲା ମେଡିକାଲ ଅଫିସର କହିଛନ୍ତି ଯେ, ମହିଳାଜଣକ ପୁଣି ଥରେ କୋରୋନା ପଜିଟିଭ ହୋଇଛନ୍ତି । ତାଙ୍କର ଆଂଟିଜେନ୍ ଟେଷ୍ଟ ନେଗେଟିଭ ଆସିଥିଲା । କିନ୍ତୁ ଆରଟିପିସିଆର୍ ଟେଷ୍ଟ ପଜିଟିଭ ଆସିଥିଲା । ତେବେ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇନାହିଁ । ସେ ପଢିବା ପାଇଁ ଦିଲ୍ଲୀ ଯିବାକୁ ଚାହୁଁଥିବାରୁ ନିଜର ନମୁନା ପରୀକ୍ଷା କରିଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପୂର୍ଣ୍ଣ ଠିକ୍ ରହିଛି ।

କୋରୋନା ଭାଇରସର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଚୀନର ଉହାନରେ ମେଡିକାଲ ପଢୁଥିବା ବେଳେ ମହିଳାଜଣଙ୍କର କୋରୋନା ଟେଷ୍ଟ ପଜିଟିଭ ଆସିଥିଲା । ୨୦୨୦ ମସିହା ଜାନୁଆରୀ ମାସରେ ସେ କୋରୋନା ପଜିଟିଭ ହୋଇଥିଲେ । ଭାରତର ପ୍ରଥମ ନାଗରିକ ଭାବେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଉହାନରୁ ଫେରିବା ପରେ ହିଁ ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ।