ରିଲିଜ୍ ହେଲା ‘ମିମି’ ଟ୍ରେଲର୍, ସରୋଗେଟ୍ ମା’ ଭୂମିକାରେ କ୍ରିତି ସାନନ

ନୂଆଦିଲ୍ଲୀ: କ୍ରିତି ସାନନ ଏବଂ ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଫିଲ୍ମ ‘ମିମି’ର ଟ୍ରେଲର୍ ରିଲିଜ ହୋଇଛି। ପ୍ରଶଂସକମାନେ ଦୀର୍ଘ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରି ରହିଥିଲେ। ଏହା ଏକ ପାରିବାରିକ ମନୋରଞ୍ଜନ ଚଳଚ୍ଚିତ୍ର ଯେଉଁଥିରେ ଏକ ସରୋଗେଟ୍ ମା’ର କାହାଣୀ ପ୍ରଦର୍ଶିତ ହୋଇଛି | ଟ୍ରେଲରରେ ଏହା ମଧ୍ୟ ଦର୍ଶାଯାଇଛି ଯେ ପଙ୍କଜ ତ୍ରିପାଠୀ କ୍ରିତି ସାନନଙ୍କୁ ସରୋଗେସିର ଅର୍ଥ ଅତି ସହଜ ଭାଷାରେ ବ୍ୟାଖ୍ୟା କରୁଛନ୍ତି।

ଏହି ଫିଲ୍ମରେ କ୍ରିତି ଏବଂ ପଙ୍କଜ ତ୍ରିପାଠୀଙ୍କ ସହ ସାଇ ତାମନକର, ମନୋଜ ପହୱା ମୁଖ୍ୟ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମଟି ଲକ୍ଷ୍ମଣ ଉଟେକରଙ୍କ ଦ୍ୱାରା ନିର୍ଦ୍ଦେଶିତ, ଯିଏ ପୂର୍ବରୁ ଲୁକା-ଛୁପି ଭଳି ହିଟ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।
‘ମିମି’ର କାହାଣୀ ଏବଂ ଚିତ୍ରନାଟ୍ୟ ଲକ୍ଷ୍ମଣ ଉଟେକର ଏବଂ ରୋହନ ଶଙ୍କରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି | ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓସ୍କାର ପୁରସ୍କାର ପ୍ରାପ୍ତ ସଙ୍ଗୀତକାର ଏଆର୍ ରହମାନ । ମ୍ୟାଡଡକ୍ ଫିଲ୍ମସର ଦୀନେଶ ଭିଜାନ୍ ହେଉଛନ୍ତି ଏହି ଫିଲ୍ମର ନିର୍ମାତା।

ଗତ ବର୍ଷ ଫିଲ୍ମର ସୁଟିଂ ଶେଷ ହୋଇଥିଲା କିନ୍ତୁ କରୋନା ମହାମାରୀ ଯୋଗୁଁ ଫିଲ୍ମ ରିଲିଜ୍ ହୋଇପାରି ନଥିଲା। ନିର୍ମାତାମାନେ ଏବେ ଏହାକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବାକୁ ନିଷ୍ପତ୍ତି ନେଇଛନ୍ତି | ଦର୍ଶକ ଏହାକୁ ଜିଓ ସିନେମା ଏବଂ ନେଟଫ୍ଲିକ୍ସରେ ଦେଖିପାରିବେ | ଏହି ଫିଲ୍ମ ୩୦ ଜୁଲାଇରେ ମୁକ୍ତିଲାଭ କରିବ |

Comments are closed.