ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିରରୁ ୩୪୯ ୟୁନିଟ୍ ରକ୍ତ ସଂଗୃହୀତ

ରକ୍ତଦାନ କଲେ ଦୁଇ ଦୃଷ୍ଟିହୀନ

ଭୁବନେଶ୍ୱର: ଆଜି ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୁଲ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ ହୋଇ ସମୁଦାୟ ୩୪୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।

ସେଥିମଧ୍ୟରୁ ଭୁବନେଶ୍ବରରେ ୨ ଟି ସ୍ଥାନରେ ଯଥା ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଏବଂ ୟୁନିଟ୍ ୩ ସ୍ଥିତ କାଳୀ ମନ୍ଦିର ଠାରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବିଜୁ ଛାତ୍ର ଜନତା ଦଳ ମହାସଚିବ ଇସ୍ମିତା ସାହୁଙ୍କ ଦ୍ୱାରା ଆୟୋଜିତ ରକ୍ତଦାନ ଶିବିରଟି ସ୍ବତନ୍ତ୍ର ଥିଲା ।

ଏହି ରକ୍ତଦାନ ଶିବିରକୁ ସତ୍ୟନଗର ନବୀନ ବସ୍ତିର ଦୁଇଜଣ ଦୃଷ୍ଟିହୀନ ବାସିନ୍ଦା କାହ୍ନୁ ଚରଣ ସାହୁ ଏବଂ ବଂଶୀଧର ପ୍ରଧାନ ସ୍ଵଇଚ୍ଛାରେ ରକ୍ତଦାନ କରିବାକୁ ଆସିଥିଲେ , ଯାହା ଉପସ୍ଥିତ ମାନଙ୍କ ମଧ୍ୟରେ ପ୍ରେରାଣାର ଉତ୍ସ ପାଲଟିଥିଲା । ସଂପ୍ରତି ମହାମାରୀ ସମମୟରେ ଏହି ମହତ କାର୍ଯ୍ୟରେ ଅନ୍ୟମାନେ ସାମିଲ ହୁଅନ୍ତୁ ବୋଲି ସେମାନେ ଅନୁରୋଧ କରିଥିଲେ ।

ଓଡ଼ିଶା – ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ ଭୁବନେଶ୍ବରରେ ଅନୁଷ୍ଠିତ ଦୁଇଟି ଯାକ ଶିବିରରେ ଯୋଗଦାନ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଜୀବନବିନ୍ଦୁ ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଧର୍ମଶାଳା ବିଧାୟକ ତଥା ବିଜେଡ଼ି ସାଧାରଣ ସଂପାଦକ ( ଯୁବ ବ୍ୟାପାର ) ପ୍ରଣବ ବଳବନ୍ତରାୟ , ଭୁବନେଶ୍ୱର ଉତ୍ତର ବିଧାୟକ ତଥା ଓଡ଼ିଶା – ମୋ ପରିବାର ସଦସ୍ୟ ସୁଶାନ୍ତ ରାଉତ , ବାଙ୍କି ବାଧାୟକ ତଥା ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀ ରଂଜନ ତ୍ରିପାଠୀ , ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର , ମହିଳା ଓ ଶିଶୁ ବିକାଶ ବିଭାଗ ଉପଦେଷ୍ଟା ସୁଲତା ଦେଓ , ବିଜୁ ଛାତ୍ର ଜନତା ଦଳ ଉପ – ସଭାପତି ପ୍ରଦୋଷ ପରିଡ଼ା ପ୍ରମୁଖ ଉପସ୍ଥିତ ରହିଥିଲେ ।

Comments are closed.