ଅପରାହ୍ନ ସାଢେ ୨ଟାରେ କୋଭିଡ ସ୍ଥିତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ଆଂଶିକ ଲକଡାଉନ ଅବଧି ଆସନ୍ତାକାଲି ସକାଳ ୫ଟାରେ ଶେଷ ହେଉଛି । ତେଣୁ ଆଜି ରାଜ୍ୟ ସରକାର କୋଭିଡ ନିୟନ୍ତ୍ରଣ ପାଇଁ ପରବର୍ତ୍ତୀ ପଦକ୍ଷେପ ସଂପର୍କରେ ଆଜି ଘୋଷଣା କରିବେ । ଆଜି ଅପରାହ୍ନ ସାଢେ ୨ଟାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟରେ ନୂଆ କୋଭିଡ ଗାଇଡଲାଇନ୍ ସଂପର୍କରେ ଘୋଷଣା କରିବେ । ଆଂଶିକ ଲକଡାଉନ ଓ ଅନଲକ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସଂପର୍କରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ ।

Comments are closed.