କିଛି କଟକଣା କୋହଳ ସହ ରାଜ୍ୟରେ ଆଂଶିକ ଲକଡାଉନ ଅଗଷ୍ଟ ୧ ଯାଏଁ ବୃଦ୍ଧି, ସାରା ରାଜ୍ୟରେ ଚାଲିବ ବସ୍

ଭୁବନେଶ୍ୱର- ରାଜ୍ୟ ପାଇଁ ନୂଆ କୋଭିଡ ଗାଇଡଲାଇନ ଜାରି ହୋଇଛି । କିଛି କଟକଣା କୋହଳ ସହ ରାଜ୍ୟରେ ଆଂଶିକ ସଟଡାଉନ ଜୁଲାଇ ୧୬ରୁ ଅଗଷ୍ଟ  ୧ ଯାଏଁ ବଳବତ୍ତର ରହିବ । ସଂକ୍ରମଣ କମୁଥିବାରୁ କଟକଣା ଅଧିକ କୋହଳ କରାଯାଇଛି ।

କ୍ୟାଟୋଗୋରୀ ଏ ଜିଲ୍ଲାଗୁଡିକରେ ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନବଜାର ଖୋଲା ରହିବ । ପୂର୍ବରୁ ଏହି ଜିଲ୍ଲାଗୁଡିକରେ ସଂଧ୍ୟା ୬ଟା ଯାଏଁ ଦୋକାନବଜାର ଖୋଲାଯାଉଥିଲା । ସପ୍ତାହାନ୍ତ ସଟଡାଉନ ରହିବ ନାହିଁ । ନାଇଟ କର୍ଫ୍ୟୁ ୮ଟାରୁ ସକାଳ ୫ଟା ଯାଏଁ ବଳବତ୍ତର ରହିବ । କ୍ୟାଟୋଗୋରୀ ବି ଜିଲ୍ଲାଗୁଡିକରେ ଦୋକାନବଜାର ସଂଧ୍ୟା ୫ଟା ଯାଏଁ ଖୋଲିବ । କିନ୍ତୁ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ ।

ପୂର୍ବରୁ କ୍ୟାଟୋଗୋରୀ ବି ଜିଲ୍ଲାଗୁଡିକରେ ଅପରାହ୍ନ ୨ଟା ଯାଏଁ ଦୋକାନବଜାର ଖୋଲାରହୁଥିଲା । ସାରା ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି । ଏବେ କ୍ୟାଟୋଗୋରୀ ବି ଜିଲ୍ଲାଗୁଡିକରେ ବି ବସ୍ ଚାଲିବ । ଯେତିକି ସିଟ୍‌,ସେତିକି ଯାତ୍ରୀ ହିଁ ଯାତ୍ରା କରିବେ । କିନ୍ତୁ ଆନ୍ତଃରାଜ୍ୟ ବସ୍ ଚଳାଚଳ ମନା ହୋଇଛି । ରାଜରେ ଅଟୋ, ଟ୍ୟାକ୍ସି ଚାଲିପାରିବ । ଡ୍ରାଇଭର ସହ ସର୍ବାଧିକ ଦୁଇ ଯାତ୍ରୀ ହିଁ ଯାଇପାରିବେ । ସ୍କୁଲ, କଲେଜ, କୋଚିଂ ସେଂଟର, ସପିଂ ମଲ୍‌, ସିନେମା ହଲ୍ ବନ୍ଦ ରହିବ । ପାର୍କ ବି ବନ୍ଦ ରହିବ ।

Comments are closed.