ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ | News Room Odisha

ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ପରଲୋକ

ମୁମ୍ବାଇ: ବର୍ଷୀୟାନ ଅଭିନେତ୍ରୀ ସୁରେଖା ସିକ୍ରି ଆଉ ନାହାନ୍ତି । ହୃଦଘାତ କାରଣରୁ ଶୁକ୍ରବାର ସକାଳେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସୁରେଖା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ।

ଶୁକ୍ରବାର ସକାଳେ ସୁରେଖା ସିକ୍ରି ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ମ୍ୟାନେଜର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

‘ବାଲିକା ବଧୂ’ ଫେମ୍ ସୁରେଖା ସିକ୍ରି ସେପ୍ଟେମ୍ବର ୨୦୨୦ରେ ବ୍ରେନ୍ ଷ୍ଟ୍ରୋକର ଶିକାର ହୋଇଥିଲେ। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଚିକିତ୍ସା ପାଇଁ ସେ ଆର୍ଥିକ ସହାୟତା ମଧ୍ୟ ମାଗିଥିଲେ। ଏହାପୂର୍ବରୁ ନଭେମ୍ବର ୨୦୧୮ରେ ସୁରେଖାଙ୍କୁ ବ୍ରେନ୍ ଷ୍ଟ୍ରୋକ ହୋଇଥିଲା । ଯେଉଁଥିପାଇଁ ସେ ପକ୍ଷାଘାତରେ ପୀଡିତ ହୋଇଥିଲେ। ସୁଟିଂ ସେଟ୍ ରେ ହିଁ ସେ ପଡ଼ିଯାଇଥିଲେ ।

ସୁରେଖା ସିକ୍ରି ଥିଏଟର ସହ ଅନେକ ଟିଭି ସିରିଏଲ୍ ଏବଂ ଫିଲ୍ମରେ କାମ କରିଛନ୍ତି | ସେ ୧୯୭୮ ମସିହାରେ ରାଜନୈତିକ ଡ୍ରାମା ‘କିସା କୁର୍ସି କା’ରୁ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ | ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ସେ ତିନି ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ | ଏହି ଫିଲ୍ମ ଗୁଡିକ ହେଲା ତମସ୍ (୧୯୮୮), ମମୋ (୧୯୫୫) ଏବଂ ବଧାଇ ହୋ (୨୦୧୮) |