ରାଜ୍ୟରେ ଅକ୍ଟୋବର ଶେଷଆଡକୁ ତୃତୀୟ ପ୍ରବାହ : ଡାକ୍ତର ନିରୋଜ ମିଶ୍ର

ଭୁବନେଶ୍ୱର- କୋରୋନା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି ଯେ, ପୁଣି ଥରେ ସଂକ୍ରମିତ ହେଲେ ରୋଗୀଙ୍କ ଅବସ୍ଥା ଗୁରୁତର ରହୁଛି । ଜେନମ ସିକ୍ୟୁଏନସ୍କିକୁ ବଦଳାଇବାକୁ ହେବ ବୋଲି ସେ କହିଛନ୍ତି । ଏହାଦ୍ୱାରା ନୂଆ ଷ୍ଟ୍ରେନ ଉପରେ ନଜର ରଖିହେବ । ନଭେମ୍ବର ଯାଏଁ ଆମକୁ କୋଭିଡ କଟକଣା ରଖିବାକୁ ପଡିବ ବୋଲି ଡାକ୍ତର ନିରୋଜ କହିଛନ୍ତି । ଅକ୍ଟୋବର ଶେଷଆଡକୁ ରାଜ୍ୟରେ ତୃତୀୟ ଲହର ଆସିବା ସମ୍ଭାବନା ରହିଛି । ଯେଉଁଠି ଅଧିକ ମାମଲା, ସେଠି ନୂଆ ମ୍ୟୁଟାଂଟ୍ ସୃଷ୍ଟି ସମ୍ଭାବନା ଅଧିକ । ଟିକା ନେବା ପରେ ବି ସଂକ୍ରମଣ ହେଉଛି । ତେଣୁ କୋଭିଡ କଟକଣା ମାନିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଡବଲ୍ ଡୋଜ୍ ଟିକା ନେବା ପରେ ୯୫ ପ୍ରତିଶତ ମୃତ୍ୟୁ ଆଶଙ୍କା କମିଯିବ ବୋଲି ନିରୋଜ ମିଶ୍ର କହିଛନ୍ତି ।

Comments are closed.