ପଶ୍ଚିମ ୟୁରୋପରେ ବନ୍ୟା ବିଭୀଷିକା, ୧୫୦ରୁ ଊର୍ଦ୍ଧ୍ବ ମୃତ, ଅନେକ ନିଖୋଜ

ବର୍ଲିନ: ପଶ୍ଚିମ ୟୁରୋପରେ ପ୍ରବଳ ବନ୍ୟାରେ ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଅନେକ ଲୋକ ନିଖୋଜ ମଧ୍ୟ ହୋଇଯାଇଛନ୍ତି । ନିଖୋଜ ଲୋକଙ୍କୁ ଖୋଜି ବାହାର କରିବା ଏବେ ଉଦ୍ଧାରକାରୀ ଦଳ ଆଗରେ ଏବେ ବଡ଼ ଆହ୍ବାନ ହୋଇଛି ।

ରେକର୍ଡ ବର୍ଷା ପରେ ଜର୍ମାନୀ ଏବଂ ବେଲଜିୟମରେ ପ୍ରବଳ ବନ୍ୟାରେ ଶହ ଶହ ଲୋକ ନିଖୋଜ ଅଛନ୍ତି। ସ୍ୱିଜରଲ୍ୟାଣ୍ଡ, ଲକ୍ସେମବର୍ଗ ଏବଂ ନେଦରଲ୍ୟାଣ୍ଡରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ନେଦରଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଦେଶର ଦକ୍ଷିଣ ପ୍ରଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

ୟୁରୋପୀୟ ନେତାମାନେ ଏହି ଦୁର୍ଘଟଣା ପାଇଁ ଜଳବାୟୁ ପରିବର୍ତ୍ତନକୁ ଦାୟୀ କରିଛନ୍ତି। ବିଶେଷଜ୍ଞମାନେ ମଧ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ପ୍ରବଳ ବର୍ଷାର ସମ୍ଭାବନା ବ ବଢ଼ିଥାଏ ବୋଲି କହିଛନ୍ତି । ଶିଳ୍ପ ଯୁଗ ଆରମ୍ଭରୁ ବିଶ୍ବର ତାପମାତ୍ରା ୧.୨° ସେଲସିୟସକୁ ବୃଦ୍ଧି ପାଇଛି |

ଜର୍ମାନ ରାଷ୍ଟ୍ରପତି ଫ୍ରାଙ୍କ ୱାଲ୍ଟର ଷ୍ଟେନମେୟର ଶନିବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। କେବଳ ଜର୍ମାନୀରେ ହିଁ ଏପର୍ଯ୍ୟନ୍ତ ଶହେରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ୱାଲ୍ଟମିର କହିଛନ୍ତି ଯେ ବିନାଶ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଶୁକ୍ରବାର ପ୍ରବଳ ବର୍ଷା ହେତୁ ପରିସ୍ଥିତି ଉପୁଜିଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ପ୍ରଭାବିତ ହେଉଛି। ନିଖୋଜ ଲୋକଙ୍କ ପରିବାର ଆଶଙ୍କା ଭିତରେ ରହିଛନ୍ତି।

ବନ୍ୟାରେ ଅନେକ ସ୍ଥାନରେ ଫୋନ୍ ନେଟୱାର୍କ ପ୍ରଭାବିତ ହୋଇଛି | ରାସ୍ତା ଧୋଇ ହୋଇଯାଇଛି ଏବଂ ଏକ ଲକ୍ଷରୁ ଅଧିକ ଘରେ ବିଦ୍ୟୁତ ନାହିଁ। ବର୍ଷା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି ଉତ୍ତର ଜର୍ମାନୀ। ରେନ୍-ୱେଷ୍ଟଫାଲିଆ, ରେନ୍ଲ୍ୟାଣ୍ଡ-ପାଲାଟିନେଟ୍ ଏବଂ ସାରଲ୍ୟାଣ୍ଡ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।

Comments are closed.