ଆଜିଠାରୁ ଖୋଲିଲା ସାବରିମାଲା ମନ୍ଦିର, ଭକ୍ତଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ଥିରୁଅନନ୍ତପୁରମ: କରୋନା ଯୋଗୁଁ ବହୁଦିନ ଧରି ବନ୍ଦ ରହିବା ପରେ କେରଳର ପ୍ରସିଦ୍ଧ ସାବରିମାଲା ମନ୍ଦିର ଆଜିଠାରୁ ଖୋଲା ହୋଇଛି। ଏହି ମନ୍ଦିର ପାଞ୍ଚ ଦିନ ପାଇଁ ଖୋଲା ରହିବ। ଏହି ସମୟରେ ମନ୍ଦିରର ମାସିକ ରୀତିନୀତି ଅନୁଷ୍ଠିତ ହେବ | ସାବରିମାଲା ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା ଲୋକଙ୍କୁ ୪୮ ଘଣ୍ଟା ମଧ୍ୟରେ ମିଳିଥିବା ସମ୍ପୂର୍ଣ୍ଣ କୋଭିଡ-୧୯ ଟିକା ପ୍ରମାଣପତ୍ର କିମ୍ବା ନେଗେଟିଭ ଆରଟି-ପିସିଆର ରିପୋର୍ଟ ଦେବାକୁ ପଡିବ | ମନ୍ଦିରରେ ପ୍ରବେଶ କରିବା ପାଇଁଏହି ଦୁଇଟି ପ୍ରମାଣପତ୍ର ମଧ୍ୟରୁ ଗୋଟିଏ ବାଧ୍ୟତାମୂଳକ ଅଟେ | ଅନଲାଇନ୍ ବୁକିଂ ମାଧ୍ୟମରେ ଦୈନିକ ପ୍ରାୟ ୫୦୦୦ ଭକ୍ତଙ୍କୁ ସାବରିମାଲା ମନ୍ଦିରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ। ଜୁଲାଇ ୧୭ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ପାଞ୍ଚ ଦିନ ପାଇଁ ଏହି ମନ୍ଦିର ଖୋଲାଯାଇଛି।

Comments are closed.