କରୋନା ଅପଡେଟ୍‌: ଦେଶରେ ଆଉ ୩୮ ହଜାର ନୂଆ ମାମଲା, ୪୯୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପୁଣି ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩୮,୧୬୪ ନୂଆ ମାମଲା ଚିହ୍ନଟ ହୋଇଛି । ଦିନକରେ ଏହି ରୋଗରେ ୪୯୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୩୮ ହଜାର ୬୬୦ ଲୋକ ସୁସ୍ଥ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଦେଶରେ ଏଯାବତ ମୋଟ ୩ କୋଟି ୧୧ ଲକ୍ଷ ୪୪ ଲକ୍ଷ ୨୨୯ ମାମଲା ରେକର୍ଡ କରାଯାଇଛି । ଏଥିମଧ୍ୟରୁ ଏହି ମହାମାରୀରେ ୪ ଲକ୍ଷ ୧୪ ହଜାର ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନାରୁ ଏ ପର୍ଯ୍ୟନ୍ତ ୩ କୋଟି ୩ ଲକ୍ଷ ୮ ହଜାର ୪୫୬ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ସକ୍ରିୟ ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ତଳେ ରହିଛି । ଏବେ ଦେଶରେ ୪ ଲକ୍ଷ ୨୧ ହଜାର ୬୬୫ ଚିକିତ୍ସାଧୀନ ରୋଗୀ ଅଛନ୍ତି ।
ଦେଶରେ ସଂକ୍ରମଣ ହାର ୨.୬୧ ପ୍ରତିଶତ ଥିବା ବେଳେ ଆରୋଗ୍ୟ ହାର ୯୭.୩୨ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୨୮ ଦିନ ଧରି ସଂକ୍ରମଣ ହାର ୩%ରୁ କମ୍ ରହିଛି ।

ସମଗ୍ର ଦେଶରେ ଏଯାବତ୍ ୪୦ କୋଟିରୁ ଊର୍ଦ୍ଧ୍ୱ କରୋନା ଟିକା ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ ଜୁଲାଇ ୧୮ ସୁଦ୍ଧା ଦେଶରେ ୪୦ କୋଟି ୬୪ ଲକ୍ଷ ୮୧ ହଜାର ୪୯୩ ଡୋଜ୍ ଦିଆଯାଇଛି ।

Comments are closed.