ଅଶ୍ଳୀଳ ଫିଲ୍ମ ରାକେଟ ମାମଲାରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ଗିରଫ

ମୁମ୍ବାଇ – ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚ । ପର୍ଣ୍ଣୋଗ୍ରାଫି ରାକେଟ୍ ମାମଲାରେ ତାଙ୍କୁ ଗିରଫ କରାଯାଇଛି । ରାଜ କୁନ୍ଦ୍ରାଙ୍କ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ଏହି ବର୍ଷ ଫେବ୍ରୁଆରୀ ମାସରେ ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଏବଂ ପେଡ୍ ଆପ୍ ଜରିଆରେ ସେସବୁ ଫିଲ୍ମର ରିଲିଜ ସଂକ୍ରାନ୍ତ ମାମଲା ରୁୁଜୁ କରିଥିଲା ପୋଲିସ । ମୁମ୍ବାଇ ପୋଲିସ କ୍ରାଇମବ୍ରାଂଚ୍ ଗତ କିଛି ମାସ ଧରି ଏହାର ତନାଘନା ଚଳାଇଥିଲା । ରାଜ କୁନ୍ଦ୍ରା ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ ସାମନାକୁ ଆସିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଛୋଟ ଛୋଟ ଅଭିନେତ୍ରୀଙ୍କୁ ଜୋର୍ ଜବରଦସ୍ତ ଅଶ୍ଳୀଳ ଫିଲ୍ମରେ କାମ କରାଉଥିଲେ ରାଜ କୁନ୍ଦ୍ରା । ଏ ନେଇ କୁନ୍ଦ୍ରାଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ପୋଲିସ ଦାବି କରିଛି ।

Watch Live: Bahuda Yatra, the Return Journey of Deities

Comments are closed.