ରାଜ୍ୟରେ ପୁଣି ଦୁଇ ହଜାରରୁ ତଳେ ଦୈନିକ ସଂକ୍ରମଣ, ୧୯୨୭ ନୂଆ ପଜିଟିଭ, ଉପକୂଳରୁ ହିଁ ଅର୍ଦ୍ଧାଧିକ ମାମଲା

ଭୁବନେଶ୍ୱର- ରାଜ୍ୟରେ ପୁଣି ଥରେ ଦୁଇ ହଜାରରୁ ତଳକୁ ଖସିିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧ ହଜାର ୯୨୭ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୧୧୫ ଓ ସ୍ଥାନୀୟ ଅଂଚଳରୁ ୮୧୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୮ ଓ କଟକରୁ ୨୪୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁରରୁ ୧୨୩, ବାଲେଶ୍ୱରରୁ ୧୧୧, ପୁରୀରୁ ୧୦୩, ଜଗତସିଂହପୁରରୁ ୯୧, ମୟୂରଭଞ୍ଜରୁ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୭୫, କେନ୍ଦ୍ରାପଡାରୁ ୭୩, ନୟାଗଡରୁ ୬୪, ଅନୁଗୁଳରୁ ୫୫, ସୁନ୍ଦରଗଡରୁ ୩୮, ସମ୍ବଲପୁରରୁ ୩୩, କେନ୍ଦୁଝରରୁ ୩୨, ବରଗଡରୁ ୨୭, ରାୟଗଡାରୁ ୨୨, ଭଦ୍ରକରୁ ୧୯, ମାଲକାନଗିରରିରୁ ୧୮, କନ୍ଧମାଳରୁ ୧୮, ନବରଙ୍ଗପୁରରୁ ୧୫, ବଲାଙ୍ଗିରରୁ ୧୧, ଗଞ୍ଜାମରୁ ୧୦, ସୋନପୁରରୁ ୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୭, ବୌଦ୍ଧରୁ ୭, ଦେବଗଡରୁ ୬, ନୂଆପଡାରୁ ୫ ଓ ଗଜପତିରୁ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୯ ହଜାର ୯୮୬କୁ ବୃଦ୍ଧି ପାଇଥିବା ବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୩୫ ହଜାର ୭ । ୧୯ ହଜାର ୬୮୫ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.