୨ ଲକ୍ଷ ଟଙ୍କା ଲାଂଚ ନେଇ ଭିଜିଲାନ୍ସ ଜାଲରେ ଏସଆଇ

ଭବାନୀପାଟଣା- ଭିଜିଲାନ୍ସ ଜାଲରେ ଫସିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଏସଆଇ ଉଗ୍ରସେନ ପଟେଲ୍ । ସେ ଲାଂଚ ନେଇଥିବା ୨ ଲକ୍ଷ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ବାଇକ୍ ଡିକିରୁ ୨ ଲକ୍ଷ ଟଙ୍କା ଡବତ କରାଯାଇଛିା ଅଫିସ,ବାସଭବନ ଓ ବଲାଙ୍ଗିର ସ୍ଥିତ ଉଗ୍ରସେନଙ୍କ ପୈତୃକ ଘରେ ଚଢାଉ ହୋଇଛି । ତିନି ଡିଏସପିଙ୍କ ନେତୃତ୍ୱରେ ୩ଟି ସ୍ଥାନରେ ଏକକାଳିନ ଚଢାଉ ହୋଇଛି । ତେବେ, ସେ କେଉଁ ବାବଦରେ ଦୁଇ ଲକ୍ଷ ଟଙ୍କା ଲାଂଚ ନେଇଥିଲେ, ତାହାର ତଦନ୍ତ ଜାରି ରଖିଛି ଭିଜିଲାନ୍ସ ।

Comments are closed.