ଅନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ୍‌କୁ କାବୁ କଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର – ବ୍ରହ୍ମପୁର ଗୋଷାଣିନୂଆଗାଁ ପୋଲିସକୁ ବଡ ସଫଳତା । ଏକ ଅନ୍ତଃରାଜ୍ୟ ଡକାୟତ ଦଳକୁ କାବୁ କରିଛି ପୋଲିସ । ଗ୍ୟାଙ୍ଗର ସଦସ୍ୟମାନେ ଦାମୀ ମୋବାଇଲ ଚୋରି କରିବା ସହ ଅନ୍ୟାନ୍ୟ ଅପରାଧରେ ଲିପ୍ତ ଥିଲେ । ଗିରଫ ଡକାୟତଙ୍କଠାରୁ ୩୨ଟି ଚୋରା ମୋବାଇଲ ଉଦ୍ଧାର କରାଯାଇଛି । ଏହାଛଡା ଗୋଟିଏ ଦେଶୀ ବନ୍ଧୁକ, ଅନ୍ୟ କିଛି ମାରଣାସ୍ତ୍ର ଜବତ ହୋଇଛି ।

Comments are closed.