ଏସଟିଏଫ୍ ଓ ବନ ବିଭାଗର ଚଢାଉ ୨ ବାଘଛାଳ ସହ ବନ୍ଧୁକ ଜବତ , ୫ ଗିରଫ

ଦେବଗତ/ବୌଦ୍ଧ : ଏସଟିଏଫ୍ ଆଜି ଦେବଗତ ଏବଂ ବୌଦ୍ଧରେ ଚଡାଉ କରି ୨ଟି ଘଟଣାରେ ୨ଟି ବାଘ ଛାଲ ଜବତ କରିବା ସହିତ ଏଥିରେ ସଂପୃକ୍ତ ୫ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ବନ୍ଧୁକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ଦେବଗଡ ଜିଲ୍ଲାର ରିଆମାଳ ରେଞ୍ଜରେ ବାଘଛାଲ ଜବତ ହେବା ସହିତ ଚାରି ଜଣକୁ ଏସଟିଏଫ୍ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡ଼ିଛି । ରେଜଂର ମହେନ୍ଦ୍ର ସାହୁଙ୍କ ସୂଚନା ଅନୁସାରେ ତିନିଦିନ ହେବ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଡି.ଏଫ.ଓ କ୍ଷମା ଷଡ଼ଙ୍ଗିଙ୍କ ନିର୍ଦ୍ଦେଶରେ ଏହି ବାଘଛାଲ ବିକ୍ରି ରାକେଟକୁ ଧରିବାର ଯୋଜନା ହୋଇଥିଲା । ଯୋଜନା ଅନୁସାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ପୂର୍ବପ୍ରସ୍ତୁତି ଅନୁସାରେ ବାଘଛାଲ କିଣିବା ବାହାନା କରି ଅଭିଯୁକ୍ତଙ୍କୁ ରିଆମାଳ ନାକ୍ତିଦେଉଳ ରାସ୍ତା ସିଦରକଲି ପାଖକୁ ଡକାଯାଇଥିଲା । ବାଘଛାଲ ଧରି ଚାରି ଅଭିଯୁକ୍ତ ଜମନକିରା ଥାନା ଫାସିମାଳ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି ( ୪୫ ) , ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ ( ୬୬ ) , ନାକ୍ଟିଦେଉଳ ଥାନା ଶିମିଳିପାଳ ନିକଟସ୍ଥ ତିଲେଇମାଳ ଗ୍ରାମର ରାତିଆ କିଡୋ ( ୨୯ ) ଓ ଅଜିତ କୁମାର ଲାକ୍ରା ( ୩୦ ) ଉକ୍ତ ସ୍ଥାନକୁ ୧୯ତାରିଖ ଅପରାହ୍ନ ୪ଟା ବେଳେ ଆସିଥିଲେ । ଜେରା ବେଳେ ସେମାନେ ବାଘ ଟିକୁ ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ରେଞ୍ଜ ଲାଣ୍ଡିମାଳ ରିଜର୍ଭ ଜଙ୍ଗଲରେ ଶିକାର କରିଥିଲେ ବୋଲି ସ୍ବୀକାର କରିଛନ୍ତି । ଆଜି ସନ୍ଧ୍ୟାରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ନେଇ ରେଞ୍ଜର ସୂଚନା ଦେଇଛନ୍ତି ।

ସେହିପରି ବୌଦ୍ଧ ବନଖଣ୍ଡ ମନମୁଣ୍ଡା ବନାଞ୍ଚଳର କପାସିରା ଗ୍ରାମ ନିକଟରୁ ବୁଧବାର ଷ୍ଟେଟ୍ ଟାସ୍କ ଫୋର୍ସ ଟିମ୍ ଅଚାନକ ଚଢଉ କରି ଏକ ବାଘ ଛାଲ , ଗୋଟିଏ ବନ୍ଧୁକ ଓ ଜୀବନ୍ତ ଗୁଳି ଜବତ୍ କରିଛି । ଏହି ଘଟଣାରେ ଟାସ୍କ ଫୋର୍ସ ଟିମ୍ ଜଣେ ଶିକାରୀକୁ ଗିରଫ୍ କରିଥିବା ଜଣା ପଡିଛି । ପ୍ରାପ୍ତ ସୂଚନ୍ମତେ , ମନମୁଣ୍ଡା ଅନ୍ତର୍ଗତ କପାସିରା ଗ୍ରାମ ନିକଟରେ ପୂର୍ବ ପ୍ରସ୍ତୁତି ଅନୁସାରେ ବାଘ ଛାଲ ବିକ୍ରି ପାଇଁ ଡିଲ ଚାଲିଥିଲା । ଏନେଇ କୌଣସି ସୂତ୍ରରୁ ଖବର ପାଇ ଭୂବରେଶ୍ଵରରୁ ଏସଟିଏଫର ସ୍ୱତନ୍ତ୍ର ଟିମ୍ ଆସି ବାଘ ଛାଲ , ବନ୍ଧୁକ ସହ ଜଣେ ଶିକାରୀକୁ କାବୁ କରିଥିଲା । ଗିରଫ୍ ଶିକାରୀର ନାମ ହର ରଣା ବୋଲି ଜଣାପଡିଛି । ଜବତ୍ ବାଘ ଛାଲର ଫରେନସିକ୍ ଯାଞ୍ଚ ପାଇଁ ତାକୁ ଡେରାଡୁନ୍ ପରୀକ୍ଷାଗାରକୁ ପଠାଯିବ ବୋଲି ସୂଚନା ମିଳିଛି । ତେବେ , ବୌଦ୍ଧରୁ ଅଳ୍ ଦିନ ମଧ୍ୟରେ ଏହା ଦ୍ବିତୀୟ ଘଟମା ବୋଲି ଜଣାପଡ଼ିଛି ।

Comments are closed.