ରାଜ୍ୟରେ ଆଉ ୬୭ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର-ରାଜ୍ୟରେ ଗତ ୨୪ ଘଣ୍ଟାରେ ସଂଗୃହୀତ ତଥ୍ୟ ଅନୁସାରେ ଆଉ ୬୭ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସଦ୍ୟତମ ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବାଲେଶ୍ୱରରୁ ୮, ବରଗଡରୁ ୭, ନବରଙ୍ଗପୁରରୁ ୬, ଅନୁଗୁଳ, ପୁରୀ ଓ ରାୟଗଡାରୁ ୫ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳରୁ ୪, କନ୍ଧମାଳ ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡି, କେନ୍ଦ୍ରାପଡା, ନୂଆପଡାରରୁ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ କୋରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮ରେ ପହଂଚିଛି ।

Comments are closed.