ପୁଣି ଗଣମାଧ୍ୟମକୁ ଟାର୍ଗେଟ, ‘ଦୈନିକ ଭାସ୍କର’ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: ଟିକସ ଫାଙ୍କି ଅଭିଯୋଗରେ ଆୟକର ବିଭାଗ ଗୁରୁବାର ମିଡିଆ ଗ୍ରୁପ୍ ‘ଦୈନିକ ଭାସ୍କର’ର ବିଭିନ୍ନ ସହରରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରିଛି। ସୂତ୍ରରୁ ପ୍ରକାଶ ଯେ ଭୋପାଳ, ଜୟପୁର, ଅହମ୍ମଦାବାଦ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି ଚଢାଉ ହୋଇଛି। ଏହି ଗ୍ରୁପର ମାଲିକ ଓ କିଛି କର୍ମଚାରୀଙ୍କ ଫୋନ୍ ଜବତ କରାଯାଇଥିବା ସୂଚନା ମିଳିଛି ।
କରୋନାର ଭୟାବହ ଦ୍ବିତୀୟ ଲହରୀ ସମୟରେ ‘ଦୈନିକ ଭାସ୍କର’ ସରକାରଙ୍କ ଦାବିର ସତ୍ୟାସତ୍ୟ ସହ ଗଙ୍ଗା ନଦୀରେ ଭାସୁଥିବା କୋଭିଡ୍ ରୋଗୀଙ୍କ ଶବ ପଛରେ ରହସ୍ୟ ଉନ୍ମୋଚନ କରିଥିଲା । ଏହାଛଡ଼ା ଏହି ଖବରକାଗଜ କରୋନା ପରିଚାଳନା ନେଇ ସରକାରଙ୍କ ବିଫଳତା ଉପରେ ଏକ ସମାଲୋଚନା ମୂଳକ ସିରିଜ ପ୍ରକାଶ କରିଥିଲା ।

Comments are closed.