ସୁପ୍ରିମକୋର୍ଟରେ ପେଗାସସ୍ ମାମଲା , ଏସ୍ଆଇଟି ତଦନ୍ତ ସହ ଭାରତରେ ପେଗାସସ୍ ଉପରେ କଟକଣା ଦାବି

ନୂଆଦିଲ୍ଲୀ: ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତରେ ବିରୋଧୀ ଦଳର ନେତା ତଥା ସାମ୍ବାଦିକଙ୍କ ଉପରେ ଗୁଇନ୍ଦାଗିରି ମାମଲା ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଆଇନଜୀବୀ ମନୋହର ଲାଲ ଶର୍ମା ସୁପ୍ରିମକୋର୍ଟରେ ପେଗାସସ୍ ବିବାଦ ନେଇ ପିଟିସନ ଦାଖଲ କରିଛନ୍ତି। ଏହି ଆବେଦନରେ ସୁପ୍ରିମକୋର୍ଟଙ୍କ ତତ୍ତ୍ଵାବଧାନରେ ଏସଆଇଟି ତଦନ୍ତ ଦାବି କରାଯାଇଛି। ଏହା ସହିତ ଭାରତରେ ପେଗାସସ୍ କ୍ରୟ ଉପରେ କଟକଣା ଲଗାଇବାକୁ ମଧ୍ୟ ଦାବି ହୋଇଛି।

ବିରୋଧୀଦଳ ପେଗାସସ୍ ଗୁଇନ୍ଦାଗିରି ମାମଲା ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି। କଂଗ୍ରେସ ଦଳ ଏହି ମାମଲାର ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ବାରା ତଦନ୍ତ ଦାବି କରିଛି। କେନ୍ଦ୍ର ସରକାର ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଇସ୍ରାଏଲର ଗୁପ୍ତଚର ସ୍ପାଏଓ୍ବେର୍ ପେଗାସସ୍ ମାଧ୍ୟମରେ ଦୁଇ ଜଣ ଭାରତୀୟ ମନ୍ତ୍ରୀ, ୪୦ ରୁ ଅଧିକ ସାମ୍ବାଦିକ, ତିନିଜଣ ବିରୋଧୀଦଳ ନେତା ତଥା ବହୁ ସଂଖ୍ୟାରେ ବ୍ୟବସାୟୀ ତଥା ମାନବାଧିକାର କର୍ମୀଙ୍କ ଫୋନ୍ ହ୍ୟାକ୍ କରାଯାଇଛି ।

Comments are closed.