ଦ୍ୱିତୀୟ ପ୍ରବାହରେ ଡେଲଟା ଭାଇରସ ମାସେ ଯାଏଁ ସକ୍ରିୟ ରହୁଛି : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର- କୋଭିଡ ସଂକ୍ରମଣ ନେଇ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ମଣିଷ ଦେହରେ ମାସେ ଯାଏଁ ସକ୍ରିୟ ରହୁଛି ଭାଇରସ । କୋରୋନାର ପ୍ରଥମ ପ୍ରବାହରେ ଭାଇରସ ୧୫ ଦିନ ରହୁଥିଲା । ଦ୍ୱିତୀୟ ପ୍ରବାହରେ ଡେଲଟା ଭାଇରସ ମାସେ ଯାଏଁ ସକ୍ରିୟ ରହୁଛି । ଡେଲଟା ଭାଇରସ ଯୋଗୁଁ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଲୋକଙ୍କ କଟକଣା ମାନୁ ନ ଥିବାରୁ ସଂକ୍ରମଣ ଧୀରେ ଧୀରେ କମୁଛି । ଭାଇରସ ରୂପ ବଦଳାଇଲେ ତୃତୀୟ ଲହର ଆସିପାରେ । ଓଡିଶାରେ ୯୩ ପ୍ରତିଶତ ଲୋକ ଡେଲଟା ଭାଇରସ ଦ୍ୱାରା ସଂକ୍ରମିତ ବୋଲି ସେ କହିଛନ୍ତି ।

 

Comments are closed.