ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ : ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି

ଭୁବନେଶ୍ୱର – ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡିଶା ରିପୋର୍ଟ ଆସିଛି । ଓଡିଶାର ତିନିଟି ଜିଲ୍ଲା-ଗଞ୍ଜାମ, ରାୟଗଡା ଓ କୋରାପୁଟରେ ଜୁନ ୧୬ରୁ ୨୦ ତାରିଖ ମଧ୍ୟରେ ସର୍ଭେ କରାଯାଇଥିଲା । ରିପୋର୍ଟ ଅନୁସାରେ ସାଧାରଣ ଲୋକଙ୍କ ମଧ୍ୟରୁ ୬୫ ଦଶମିକ ୧୨ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ସୃୃଷ୍ଟି ହୋଇଛି । ୮୫ ଦଶମିକ ୫୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଦେହରେ ଆଂଟିବଡି ସୃଷ୍ଟି ହୋଇଥିବା ରିପୋର୍ଟରେ କୁହାଯାଇଛି । ସର୍ଭେ ପାଇଁ ୧୨୩୦ ସାଧାରଣ ଲୋକ ଓ ୩୧୧ ସ୍ୱାସ୍ଥ୍ୟକର୍ମୀଙ୍କ ସାମ୍ପଲ ନିଆଯାଇଥିଲା । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦ ଦଶମିକ ୯ ପ୍ରତିଶତ ଲୋକଙ୍କ ଦେହରେ ଆଂଟିବଡି ଥିବା ବେଳେ ରାୟଗଡାରେ ୬୩ ଓ କୋରାପୁଟରେ ୬୧ ଦଶମିକ ୩ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ସୃଷ୍ଟି ହୋଇଛି । ୨୧ଟି ରାଜ୍ୟରେ ୭୦ଟି ଜିଲ୍ଲାରେ ଜୁନ୍ ୧୬ରୁ ୨୦ ମଧ୍ୟରେ କରାଯାଇଥିଲା ଚତୁର୍ଥ ପର୍ଯ୍ୟାୟ ସେରୋସର୍ଭେ ।

Comments are closed.