ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ୪ ଗେଟ୍ ଖୋଲିଲା

ସମ୍ବଲପୁର: ଲଘୁଚାପ ଯୋଗୁଁ ହୀରାକୁଦ ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ଉପରମୁଣ୍ଡରେ ହାରାହାରି ୪୩.୪୪ ମିମି ବର୍ଷା ରେକର୍ଡ କରାଯାଇଛି । ଫଳରେ ଜଳଭଣ୍ଡାରକୁ ବର୍ତ୍ତମାନ ୧ ଲଖ୍ୟ ୧୮ ହଜାର କ୍ୟୁସେକ୍ ପାଣି ଆସୁଛି । ଏଥିପାଇଁ ହୀରାକୁଦର ୪ଟି ଗେଟ୍ ଖୋଲି ଜଳ ନିଷ୍କାସନ ଜାରି ରହିଛି । ବର୍ତ୍ତମାନ ଜଳସ୍ତର ୬୦୭.୮୧ ଫୁଟ ରହିଛି । ପ୍ରାୟ ସପ୍ତାହେରୁ ଉର୍ଧ୍ବ ହେଲା ସମସ୍ତ ଗେଟ୍ ବନ୍ଦ ଥିଲା । ତେବେ ରୁଲ୍ କର୍ଭ ଅନୁସାରେ ଜଳ ପରିଚାଳନା ପାଇଁ ଆଜି ଏହି ୪ଗେଟ୍ ଖୋଲାଯାଇଛି । ସେପଟେ ୪ଟି ଗେଟ୍, ପାଓ୍ବାର ଚ୍ୟାନେଲ, ବିଭିନ୍ନ କେନାଲ ସମେତ ଶିଳ୍ପକୁ ଜଳଯୋଗାଣ ମିଶି ମୋଟ୍ ୮୧୯୫୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

Comments are closed.