ଦିନକରେ ରାଜ୍ୟରେ ୧୮୩୩ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ବୌଦ୍ଧ ଓ ନୂଆପଡାରୁ ଶୂନ ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ | News Room Odisha

ଦିନକରେ ରାଜ୍ୟରେ ୧୮୩୩ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ବୌଦ୍ଧ ଓ ନୂଆପଡାରୁ ଶୂନ ସଂକ୍ରମଣ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦

ଭୁବନେଶ୍ୱର- ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଦୁଇ ହଜାର ତଳେ ହିଁ ରହୁଛି ଦୈନିକ ସଂକ୍ରମଣ । ଦତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧ ହଜାର ୮୩୩ ନୂଆ କୋରୋନା ପଜିଟିଭ । ସଙ୍ଗରୋଧରୁ ୧ ହଜାର ୬୬ ଏବଂ ସ୍ଥାନୀୟ ଅଂଚଳରୁ ୭୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୨୪୩, ପୁରୀରୁ ୧୩୯, ବାଲେଶ୍ୱରରୁ ୧୨୯, ଯାଜପୁରରୁ ୧୧୦, ଭଦ୍ରକରୁ ୮୯, କେନ୍ଦ୍ରାପଡାରୁ ୮୭, ଅନୁଗୁଳରୁ ୭୭, ଜଗତସିଂହପୁରରୁ ୬୧ ଓ ମୟୂରଭଞ୍ଜରୁ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡରୁ ୪୭, ନୟାଗଡରୁ ୨୮, କେନ୍ଦୁଝରରୁ ୨୪, ସମ୍ବଲପୁରରୁ ୨୩, ମାଲକାନଗିରିରୁ ୧୯, ଗଜପତିରୁ ୧୬, ଢେଙ୍କାନାଳରୁ ୧୩, ରାୟଗଡାରୁ ୧୧, ସୋନପୁରରୁ ୧୦, ବରଗଡରୁ ୧୦, କୋରାପୁଟରୁ ୯, ଗଞ୍ଜାମରୁ ୯, ଦେବଗଡରୁ ୬, ନବରଙ୍ଗପୁରରୁ ୬, କନ୍ଧମାଳରୁ ୮, ଝାରସୁଗୁଡାରୁ ୮, କଳାହାଣ୍ଡିରୁ ୬, ବଲାଙ୍ଗୀରରୁ ୨ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଓ ନୂଆପଡାରୁ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬୭ ହଜାର ୫୪୮କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହୋଇସାରିଛନ୍ତି ୯ ଲକ୍ଷ ୪୩ ହଜାର ୬୯ ରୋଗୀ । ୧୮ ହଜାର ୯୧୪ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

COVID-19