ଏନକାଉଣ୍ଟରରେ ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡା ସହର ଓ ୪ଟି ପଂଚାୟତରେ ଆସନ୍ତା ୩୦ ଯାଏଁ ୧୪୪ ଧାରା

କେନ୍ଦ୍ରାପଡା – ଗ୍ୟାଙ୍ଗଷ୍ଟର ହାଇଦରର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହେଲା ପରେ କେନ୍ଦ୍ରାପଡା ସହରରେ ଆଲର୍ଟ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ କେନ୍ଦ୍ରାପଡା ସହର ସମେତ ୪ଟି ପଂଚାୟତରେ ୧୪୪ ଧାରା ଜାରି କରାଯାଇଛି । ଗତକାଲି ରାତି ସାଢେ ୧୧ରୁ ଜାରି କରାଯାଇଛି ୧୪୪ ଧାରା, ଯାହା ୩୦ ତାରିଖ ଦିନ ୧୧ଟା ଯାଏଁ ବଳବତ୍ତର ରହିବ । ସକାଳ ୭ରୁ ଦିନ ୧୧ଟା ଯାଏଁ ହିଁ ଦୋକାନ ବଜାର ଖୋଲା ରହିବ । ୧୪୪ ଧାରା ଜାରି ନେଇ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।

ଗତକାଲି ହାଇଦରକୁ ଚୌଦ୍ୱାର ଜେଲରୁ ବାରିପଦା ନିଆଯାଉଥିବା ବେଳେ ବାଲେଶ୍ୱରର ସିମୁଳିଆରେ ହାଇଦରକୁ ଗୁଳି କରାଯାଇଥିଲା । ପରିସ୍ରା କରିବା ବାହାନାରେ ଖସି ପଳାଇଥିବା ବେଳେ ତାର ଏନକାଉଂଟର କରାଯାଇଥିଲା ।

Comments are closed.