କାରଗିଲ ବିଜୟ ଦିବସରେ ସହିଦ ଯବାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ଆଜି ହେଉଛି କାରଗିଲ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନ ବିପକ୍ଷରେ କାରଗିଲ ଯୁଦ୍ଧରେ ବିଜୟର ବାନା ଉଡାଇଥିଲା ଭାରତୀୟ ସେନା । ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱର ରକ୍ଷା ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସାହସ ଓ ତ୍ୟାଗର ପଟାନ୍ତର ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତୃଭୂମିର ସୁରକ୍ଷା ପାଇଁ ସର୍ବଦା ତତ୍ପର ଥିବା ଦେଶର ବୀର ଯବାନଙ୍କ ପାଖରେ ଦେଶବାସୀ କୃତଜ୍ଞ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.