କାରଗିଲ୍ ବିଜୟ ଦିବସରେ ଶହୀଦ ଯବାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: କାରଗିଲ୍ ଯୁଦ୍ଧରେ ବିଜୟର ୨୨ ବର୍ଷ ପୂର୍ତ୍ତି ଅବସରରେ ସାରାଦେଶ ଶହୀଦ ଭାରତୀୟ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ କାରଗିଲ୍ ବିଜୟ ଦିବସରେ ସାହସୀ ସୈନିକମାନଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସୈନିକମାନଙ୍କର ବୀରତ୍ୱ ପ୍ରତିଦିନ ପ୍ରେରଣା ଯୋଗାଇବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଶହୀଦମାନଙ୍କ ବୀରତ୍ୱ, ବଳିଦାନ ସର୍ବଦା ସ୍ମରଣୀୟ ରହିବ ଏବଂ ଦେଶ ଏହାକୁ କେବେବି ଭୁଲି ପାରିବ ନାହିଁ।

ଏହାପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ‘ମନ କି ବତ୍’ କାର୍ଯ୍ୟକ୍ରମରେ କହିଥିଲେ ଯେ କାରଗିଲ୍ ଯୁଦ୍ଧ ହେଉଛି ଭାରତର ସୈନ୍ୟବାହିନୀର ବୀରତ୍ୱ ଏବଂ ସଂଯମତାର ପ୍ରତୀକ, ଯାହା ସମଗ୍ର ବିଶ୍ୱ ଦେଖିଛି। ଏଥର ଏହି ଗୌରବମୟ ଦିନଟି ମଧ୍ୟ ‘ଅମୃତ ମହୋତ୍ସବ’ର ମଧ୍ୟଭାଗରେ ପାଳନ କରାଯିବ, ତେଣୁ ଏହା ଆହୁରି ସ୍ୱତନ୍ତ୍ର ହୋଇଯାଏ |

Comments are closed.