ରାଜ୍ୟରେ ଆଉ ୬୦ କୋରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ଆଉ ୬୦ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥିସହିତ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୫ ହଜାର ୬୩୪ରେ ପଂହଚିଛି । ସଂଗୃହୀତ ତଥ୍ୟ ଅନୁସାରେ ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୧୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୮, କଟକ ଓ ଅନୁଗୁଳରୁ ୬ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝରରୁ ୫, ପୁରୀରୁ ୫ , ବୌଦ୍ଧରୁ ୪, ସମ୍ବଲପୁରରୁ ୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଭଦ୍ରକରୁ ୨ ଜଣ ପ୍ରାଣ ହରାଇଥିବା ବେଳେ ଯାଜପୁର, ଝାରସୁଗୁଡା,କନ୍ଧମାଳ,କୋରାପୁଟ, ନବରଙ୍ଗପୁର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Comments are closed.