କରୋନା ଅପଡେଟ୍‌: ଚାରି ମାସ ପରେ ସର୍ବନିମ୍ନ ଦୈନିକ ମାମଲା, ଆଉ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣର ନିମ୍ନଗାମୀ ଗତି ଜାରି ରହିଛି । ଦୈନିକ ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଭାରତରେ ଆଉ ୨୯,୬୮୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରି ମାସ ପରେ ଦୈନିକ ସଂକ୍ରମଣ ୩୦ ହଜାର ତଳକୁ ଖସିଛି । ଦିନକରେ ଏହି ରୋଗରେ ଆଉ ୪୧୫ ଜଣଙ୍କର ମୃତ୍ୟୁ ହୋଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ ଦେଶରେ ମୋଟ ସଂକ୍ରମଣ ୩ କୋଟି ୧୪ ଲକ୍ଷ ୪୦ ହଜାର ୯୫୧କୁ ବୃଦ୍ଧି ପାଇଛି । ଏଥିଧ୍ୟରୁ ଏଯାବତ୍ ୪ ଲକ୍ଷ ୨୧ ହଜାର ୩୮୨ ଲୋକ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ଆଉ ୪୨ ହଜାର ୩୬୩ ରୋଗୀ ସୁସ୍ଥ ହୋଇଛନ୍ତି । ଏଥିସହ କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୩ କୋଟି ୬ ଲକ୍ଷ ୨୧ ହଜାର ୪୬୯ରେ ପହଞ୍ଚିଛି । ସକ୍ରିୟ ମାମଲା ଚାରି ଲକ୍ଷ ତଳକୁ ଖସିଛି । ଭାରତରେ ଏବେ ୩ ଲକ୍ଷ ୯୮ ହଜାର ୧୦୦ ସକ୍ରିିୟ ତଥା ଚିକିତ୍ସାଧୀନ ରୋଗୀ ଅଛନ୍ତି ।

ଭାରତରେ ଏଯାବତ୍ ୪୪ କୋଟି କରୋନା ଟିକା ଡୋଜ୍ ଦିଆଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୫୭ ଲକ୍ଷରୁ ଊର୍ଦ୍ଧ୍ୱ ଟିକା ଡୋଜ୍ ଦିଆଯାଇଥିଲା ।

Comments are closed.