କରୋନା ସଂକ୍ରମଣରୁ ୯୭.୪ ପ୍ରତିଶତ ସୁରକ୍ଷା ଦେଇଥାଏ ଟିକା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ଭାଇରସ୍‌ର ପ୍ରକୋପ ଏବେ ବି ଜାରି ରହିଛି । ଏହି ମହାମାରୀରୁ ବଞ୍ଚିବା ପାଇଁ ଟିକା ହିଁ ଏକମାତ୍ର ସୁରକ୍ଷା କବଚ ବୋଲି ବିଭିନ୍ନ ଗବେଷଣାରେ ପ୍ରମାଣିତ ହୋଇଛି । ଅପୋଲୋ ହସ୍ପିଟାଲ ଗ୍ରୁପ୍ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଟିକା ଏହି ଘାତକ ରୋଗରୁ ୯୭.୪ ପ୍ରତିଶତ ଯାଏଁ ସୁରକ୍ଷା ଦେଇଥାଏ ।

ଟିକାକରଣ ପରେ ଲକ୍ଷଣଯୁକ୍ତ ସଂକ୍ରମଣ ନେଇ ଆପୋଲୋ ହସ୍ପିଟାଲ ଗ୍ରୁପ୍ ପକ୍ଷରୁ ଏକ ଗବେଷଣା ହୋଇଥିଲା । ଏହି ଗବେଷଣାରେ ୩୨୩୫ ସ୍ୱାସ୍ଥ୍ୟକର୍ମୀଙ୍କୁ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୨୪୮୦ ଜଣ ଡବଲ ଡୋଜ୍ ଟିକା ନେଇଥିଲେ ଏବଂ ଅବଶିଷ୍ଟ ୭୫୫ ଜଣ ସ୍ୱାସ୍ଥ୍ୟକର୍ମୀ ଟିକାର କେବଳ ଗୋଟିଏ ଡୋଜ୍ ଗ୍ରହଣ କରିଥିଲେ । ଏମାନେ ଟିକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଥିଲେ । ତେବେ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣର ତୀବ୍ରତା ବେଶ୍ କମ୍ ଥିଲା ବୋଲି ଏହି ଅଧ୍ୟୟନରୁ ଜଣାପଡ଼ିଛି ।

ଆପୋଲୋ ହସ୍ପିଟାଲ ଅଧ୍ୟୟନରେ କୁହାଯାଇଛି ଯେ, ଟିକା ନେବା ପରେ ମଧ୍ୟ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କ୍ଷେତ୍ରରେ ସଂକ୍ରମଣ ସମ୍ଭାବନା ଥାଏ । କାରଣ ସେମାନେ ସର୍ବଦା ହସ୍ପିଟାଲ, ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ସେବାରେ ନିୟୋଜିତ ଥାଆନ୍ତି ।

Comments are closed.