ଭିଜିଲାନ୍ସ ଜାଲରେ ବିଇଓ ଅଫିସର ମୁଖ୍ୟ କିରାଣୀ

ସମ୍ବଲପୁର – ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ କର୍ମଚାରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନକଉଡା ବିଇଓ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଦିଲୀପ ଦେବଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆଜି ସକାଳେ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢାଉ ଆରମ୍ଭ କରିଥିଲା । ୪ଟି ବ୍ୟାଙ୍କ ଆକାଉଣ୍ଟ, ଚେକ୍‌, ଅଳଙ୍କାର ଓ ବିଭିନ୍ନ କାଗଜପତ୍ର ସିଜ୍ କରାଯାଇ ଯାଂଚ କରାଯାଉଛି ।

Comments are closed.